Men pose with smartphones in front of displayed Whatsapp logo in this illustration September 14, 2017. REUTERS/Dado Ruvic
ନୂଆଦିଲ୍ଲୀ: ହ୍ବାଟସ୍ଆପ୍ ଏହାର ବ୍ୟବହାରକାରୀମାନଙ୍କୁ ସର୍ବଦା କିଛି ନୂଆ ସେବା ଓ ସୁବିଧା ପ୍ରଦାନ କରିବାକୁ ଉଦ୍ୟମ କରୁଛି। ଏହି କ୍ରମରେ କଂପାନି ପକ୍ଷରୁ କଲ୍ ଲିଙ୍କ୍ ଓ ଗ୍ରୁପ୍ ଭିଡିଓ କଲ୍ର ପରୀକ୍ଷଣ କରାଯାଉଛି ଯାହା ଖୁବ୍ଶୀଘ୍ର ଲୋକମାନଙ୍କ ବ୍ୟବହାର ପାଇଁ ଉପଲବ୍ଧ ହେବ। ଲୋକମାନେ ହ୍ବାଟସ୍ଆପ୍ ଜରିଆରେ କଲ୍ ଲିଙ୍କ୍ ପଠାଇପାରିବେ ଯାହାକୁ ଖୋଲି ଲୋକମାନେ ଏକ ନିର୍ଦିଷ୍ଟ କଲ୍ରେ ଯୋଡ଼ି ହୋଇପାରିବେ। କଲ୍ ବର୍ଗରେ ‘କଲ୍ ଲିଙ୍କ୍’ ବିକଳ୍ପ ଉପଲବ୍ଧ ହେବ।
ଲୋକମାନେ ଭଏସ୍ କଲ୍ ଓ ଭିଡିଓ କଲ୍ ପାଇଁ ଲିଙ୍କ୍ ସୃଷ୍ଟି କରି ତାହାକୁ ଅନ୍ୟମାନଙ୍କୁ ପଠାଇପାରିବେ। ଅନ୍ୟ ପ୍ଲାଟଫର୍ମରେ ମଧ୍ୟ ସେହି ଲିଙ୍କ୍କୁ ସେୟାର କରାଯାଇପାରିବ। ଚଳିତ ସପ୍ତାହରେ ଏହି ସୁବିଧା ଉପଲବ୍ଧ ହେବ। ଯେଉଁମାନଙ୍କ ଫୋନ୍ରେ ହ୍ବାଟସ୍ଆପ୍ର ସଦ୍ୟତମ ସଂସ୍କରଣ ଆପ୍ ରହିଛି ସେମାନେ ତାହାକୁ ବ୍ୟବହାର କରିପାରିବେ। ମେଟାର ମୁଖ୍ୟ ମାର୍କ ଜୁକରବର୍ଗ ଫେସବୁକ୍ରେ କଲ୍ ଲିଙ୍କ୍ ସେବା ଆରମ୍ଭ କରାଯିବ ବୋଲି ଘୋଷଣା କରିଛନ୍ତି। ହ୍ବାଟସ୍ଆପ୍ ଗ୍ରୁପ୍ ଭିଡିଓ କଲ୍ ବ୍ୟବସ୍ଥାର ମଧ୍ୟ ପରୀକ୍ଷଣ କରୁଛି। ଏହି ଗ୍ରୁପ୍ କଲ୍ରେ ୩୨ ଜଣ ଲୋକ ଯୋଡ଼ିହୋଇପାରିବେ। ଭର୍ଚୁଆଲ୍ ବୈଠକ ପାଇଁ ତାହା ବିଶେଷ ସହାୟକ ହେବ।
Follow Us