କୁକୁର ପାଇଁ ପୁରସ୍କାର ଗ୍ରହଣ ବାତିଲ କରିଥିଲେ: ଶେଷ ସମ୍ମାନ ଜଣାଇଲା ‘ଗୋଆ’

Advertisment

ରତନ ଟାଟା କୁକୁରମାନଙ୍କୁ ଏତେ ଭଲ ପାଉଥିଲେ ଯେ ଥରେ ଇଂଲଣ୍ଡ ରାଜପରିବାର ପକ୍ଷରୁ ତାଙ୍କୁ ପ୍ରଦାନ କରାଯିବାକୁ ଥିବା ପୁରସ୍କାର ଗ୍ରହଣ କାର୍ଯ୍ୟକ୍ରମରେ ସେ ଯୋଗ ଦେଇପାରି ନଥିଲେ।

ରତନ ଟାଟା କୁକୁରମାନଙ୍କୁ ଏତେ ଭଲ ପାଉଥିଲେ ଯେ ଥରେ ଇଂଲଣ୍ଡ ରାଜପରିବାର ପକ୍ଷରୁ ତାଙ୍କୁ ପ୍ରଦାନ କରାଯିବାକୁ ଥିବା ପୁରସ୍କାର ଗ୍ରହଣ କାର୍ଯ୍ୟକ୍ରମରେ ସେ ଯୋଗ ଦେଇପାରି ନଥିଲେ।

fhfshfhffhs

ମୁମ୍ବାଇ: ରତନ ଟାଟା କୁକୁରମାନଙ୍କୁ ଏତେ ଭଲ ପାଉଥିଲେ ଯେ ଥରେ ଇଂଲଣ୍ଡ ରାଜପରିବାର ପକ୍ଷରୁ ତାଙ୍କୁ ପ୍ରଦାନ କରାଯିବାକୁ ଥିବା ପୁରସ୍କାର ଗ୍ରହଣ କାର୍ଯ୍ୟକ୍ରମରେ ସେ ଯୋଗ ଦେଇପାରି ନଥିଲେ। ୨୦୧୮ ମସିହାରେ ରତନ ଟାଟାଙ୍କୁ ତାଙ୍କର ଦାତବ୍ୟ କାର୍ଯ୍ୟ ପାଇଁ ବକିଂହାମ୍‌ ପ୍ୟାଲେସ୍‌ରେ ପୁରସ୍କାର ପ୍ରଦାନର ବ୍ୟବସ୍ଥା ହୋଇଥିଲା। ପ୍ରଥମେ ସେ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ରାଜି ହୋଇଥିଲେ। କିନ୍ତି କିଛିଦିନ ପରେ ତାଙ୍କ ପୋଷା କୁକୁର ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲା। ଏହି ଘଟଣାକୁ ବ୍ୟବସାୟୀ ସୁହେଲ ସେଠ୍‌ ମନେ ପକାଇବାକୁ ଯାଇ କହିଛନ୍ତି ଯେ ଗୋଟିଏ ରାତିରେ ରତନ ଟାଟାଙ୍କର ସେ ୧୧ଟି ମିସ କଲ୍‌ ପାଇଥିଲେ। ଯେତେବେଳେ ସେ କଲବ୍ୟାକ କଲେ ସେତେବେଳେ ରତନ ଟାଟା କୁକୁର ଅସୁସ୍ଥ ହୋଇ ପଡ଼ିଥିବା କହିଥିଲେ। ମୁଁ ତାକୁ ଛାଡ଼ି ପୁରସ୍କାର ପାଇଁ ଯାଇ ପାରିବି ନାହିଁ ବୋଲି କହିଥିଲେ। ଶ୍ରୀ ସେଠ୍‌ ତାଙ୍କୁ ଯିବା ପାଇଁ ପ୍ରବର୍ତ୍ତାଇ ଥିଲେ ମଧ୍ୟ ସେ ରାଜି ହୋଇ ନଥିଲେ। ‌

ଶ୍ରୀ ସେଠ୍‌ କହିଛନ୍ତି ଯେ ରତନ ଟାଟାଙ୍କ ଏହି ନିଷ୍ପତ୍ତି ରାଜା ଚାର୍ଲସ ତୃତୀୟଙ୍କୁ ପ୍ରଭାବିତ କରିଥିଲା। ରାଜା ଏଥିପାଇଁ ରତନ ଟାଟାଙ୍କ ପ୍ରଶଂସା କରିଥିଲେ। ରତନ ସେଭଳି ଲୋକ ବୋଲି ରାଜା କହିଥିଲେ। ରତନ ଟାଟାଙ୍କ କୁକୁର ‘ଗୋଆ’ ତାଙ୍କ ମାଲିକଙ୍କୁ ଶେଷ ସମ୍ମାନ ଜଣାଇଛି। ରତନ ଏହି ବୁଲା କୁକରରୁ ଗୋଆରୁ ପାଇଥିଲେ। ସେଥିପାଇଁ ତାହାର ନାମ ଗୋଆ ରଖିଥିଲେ। କୁକୁର ଟାଟା ଗ୍ରୁପ୍‌ ମୁଖ୍ୟାଳୟ ବମ୍ବେ ହାଉସ୍‌ରେ ରହୁଥିଲା। ୱର୍ଲିଠାରେ ରତନ ଟାଟାଙ୍କ ଶେଷକୃତ୍ୟ ସମୟରେ ‘ଗୋଆ’କୁ ଟାଟା ଗ୍ରୁପ୍‌ର କର୍ମଚାରୀମାନେ ସେଠାକୁ ଆଣିଥିଲେ। କଳାରଙ୍ଗର ଏହି କୁକୁରକୁ ରତନ ଟାଟ‌ା ପ୍ରାୟ ୧୧ ବର୍ଷ ହେଲା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe