ଲକ୍ଷ୍ମୀ କୋ-ଅପରେଟିଭ୍ ବ୍ୟାଙ୍କର ଲାଇସେନ୍ସ ରଦ୍ଦ

ଲକ୍ଷ୍ମୀ କୋ-ଅପରେଟିଭ୍ ବ୍ୟାଙ୍କର ଲାଇସେନ୍ସ ରଦ୍ଦ

DNA India

ନୂଆଦିଲ୍ଲୀ : ମହାରାଷ୍ଟ୍ରର ସୋଲାପୁରସ୍ଥିତ ଲକ୍ଷ୍ମୀ କୋ-ଅପରେଟିଭ୍ ବ୍ୟାଙ୍କର ଲାଇସେନ୍ସକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ରଦ୍ଦ କରିଛନ୍ତି। ବ୍ୟାଙ୍କିଙ୍ଗ ନିୟାମକ ନିୟମ, ୧୯୪୯ରେ ଧାର୍ଯ୍ୟ କରାଯାଇଥିବା ବିଭିନ୍ନ ମାନଦଣ୍ଡକୁ ପୂରଣ କରିବାରେ ବିଫଳ ହେବା ଯୋଗୁଁ ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରାଯାଇଛି।

ବ୍ୟାଙ୍କ ପାଖରେ ଆବଶ୍ୟକ ପୁଞ୍ଜି ନଥିବା ବେଳେ ଏହାର ଆୟ ସମ୍ଭାବନା ମଧ୍ୟ ଆଶଙ୍କା ଭିତରେ ରହିଛି। ଆଜିଠାରୁ ବ୍ୟାଙ୍କ ଆଉ କାରବାର କରିପାରିବ ନାହିଁ। ତେବେ ଏହି ବ୍ୟାଙ୍କରେ ଟଙ୍କା ଜମା ରଖିଥିବା ଗ୍ରାହକମାନେ ଡିପୋଜିଟ୍ ଇନସ୍ୟୁରାନ୍ସ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ ଠାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ବୀମା ରାଶି ପାଇପାରିବେ। ବ୍ୟାଙ୍କର ୯୯% ଜମାକାରୀ ଏହି ବୀମା ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe