Advertisment

ଓଡ଼ିଶାରେ ଲଞ୍ଚ ହେଲା କ୍ୟାପଟେନ୍‌ ରଷ୍ଟ ଗାର୍ଡ ଟିଏମ୍‌ଟି ଲୁହା ଛଡ଼

Advertisment

କ୍ୟାପଟେନ୍‌ ଷ୍ଟିଲ୍‌ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ଓଡ଼ିଶାରେ ଲଞ୍ଚ ହୋଇଛି କ୍ୟାପଟେନ୍‌ ରଷ୍ଟ ଗାର୍ଡ ଟିଏମଟି ଲୁହା ଛଡ଼। ନମନୀୟତା ଓ ଶକ୍ତିର ସମାହାର ଏହି ଲୁହାଛଡ଼ ଆଗାମୀ ଓଡ଼ିଶାର ବିକାଶରେ ସହାୟକ ହେବ ବୋଲି କହିଛନ୍ତି ଏହାର ବ୍ରାଣ୍ଡ ଆମ୍ବାସଡର ସୌରଭ ଗାଙ୍ଗୁଲି।

କ୍ୟାପଟେନ୍‌ ଷ୍ଟିଲ୍‌ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ଓଡ଼ିଶାରେ ଲଞ୍ଚ ହୋଇଛି କ୍ୟାପଟେନ୍‌ ରଷ୍ଟ ଗାର୍ଡ ଟିଏମଟି ଲୁହା ଛଡ଼। ନମନୀୟତା ଓ ଶକ୍ତିର ସମାହାର ଏହି ଲୁହାଛଡ଼ ଆଗାମୀ ଓଡ଼ିଶାର ବିକାଶରେ ସହାୟକ ହେବ ବୋଲି କହିଛନ୍ତି ଏହାର ବ୍ରାଣ୍ଡ ଆମ୍ବାସଡର ସୌରଭ ଗାଙ୍ଗୁଲି।

Saurabh Ganguly

Saurabh Ganguly Photograph: (barandbench)

ଭୁବନେଶ୍ବର: କ୍ୟାପଟେନ୍‌ ଷ୍ଟିଲ୍‌ ଇଣ୍ଡିଆ ଲିମିଟେଡ଼ ପକ୍ଷରୁ ଓଡ଼ିଶାରେ ଲଞ୍ଚ ହୋଇଛି କ୍ୟାପଟେନ୍‌ ରଷ୍ଟ ଗାର୍ଡ ଟିଏମ୍‌ଟି ଲୁହା ଛଡ଼। ନମନୀୟତା ଓ ଶକ୍ତିର ସମାହାର ଏହି ଲୁହାଛଡ଼ ଆଗାମୀ ଓଡ଼ିଶାର ବିକାଶରେ ସହାୟକ ହେବ ବୋଲି କହିଛନ୍ତି ବ୍ରାଣ୍ଡ ଆମ୍ବାସଡର ସୌରଭ ଗାଙ୍ଗୁଲି। ଆଜି ଏକ ଘରୋଇ ହୋଟେଲରେ କ୍ୟାପଟେନ୍‌ ଷ୍ଟିଲ୍‌ ପକ୍ଷରୁ ଏହି ଲଂଚିଂ କାର୍ଯ୍ୟକ୍ରମ ହୋଇଯାଇଛି। ଯେଉଁଥିରେ ଡିଲର, ଟ୍ରେଡର, ବ୍ୟବସାୟୀ, ଆର୍କିଟେକ୍ଟ, ଇଞ୍ଜିନିୟର ଆଦି ଯୋଗ ଦେଇଥିଲେ। ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ କମ୍ପାନିର ବ୍ରାଣ୍ଡ ଆମ୍ବାସଡର କ୍ରିକେଟର ସୌରଭ ଗାଙ୍ଗୁଲି ମଧ୍ୟ ଯୋଗ ଦେଇଥିଲେ। 

ଓଡ଼ିଶାର ପ୍ରାୟ ୧୯ଟି ଜିଲ୍ଲାରେ ଏପର୍ଯ୍ୟନ୍ତ କ୍ୟାପଟେନ ଷ୍ଟିଲର ଏହି ଲୁହାଛଡ଼ ପରୀକ୍ଷାମୂଳକ ଭାବେ ବିକ୍ରି ହେଉଥିବା ବେଲେ ଆସନ୍ତା ଦୁଇବର୍ଷ ଭିତରେ ଓଡ଼ିଶାର ଘରେଘରେ ଏହି ଲୁହାଛଡ ପହଞ୍ଚିବ ବୋଲି ଆଶା ରଖିଛନ୍ତି କମ୍ପାନି କର୍ତ୍ତୃପକ୍ଷ। ଓଡ଼ିଶାରେ ଯେହେତୁ ସମୁଦ୍ର ଉପକୂଳିଆ ଜାଗା ବିଶେଷ ଭାବେ ରହିଛି ତେଣୁ ସ୍ଥାୟୀତ୍ୱ ବଢାଇବା ଲକ୍ଷ୍ୟ ନେଇ ଏହି ପ୍ରଡକ୍ଟଟି ଉପଯୋଗୀ ହେବ। 

କ୍ୟାପଟେନ୍‌ ଷ୍ଟିଲ୍‌ ଇଣ୍ଡିଆ ଲିମିଟେଡ୍‌ର ସେଲ୍‌ସ ମୁଖ୍ୟ ତଥା ମାର୍କେଟିଂ ଅଫିସର ଅବିନାଶ ମିଶ୍ର କହିଛନ୍ତି, ଆଇଆଇଟି ଖଡ଼ଗପୁର ପକ୍ଷରୁ ଆମେରିକାନ ଷ୍ଟାଣ୍ଡର୍ଡର ସମସ୍ତ ପ୍ରକାର ଟେକନିକାଲ ପରୀକ୍ଷା କରାଯାଇଛି। ଏହା ଲୋକଙ୍କ ପାଇଁ ଉପଯୋଗୀ ହେବ ଓ ଭଲଭାବେ ଓଡ଼ିଶାରେ ବିକ୍ରି ହେବ ବୋଲି ଆଶା ନେଇ ଲଞ୍ଚ କରୁଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିଭଳି କ୍ୟାପଟେନ ଷ୍ଟିଲ ପକ୍ଷରୁ ଭାରତର ପ୍ରଥମ ଭୂକମ୍ପ ରେଜିଷ୍ଟାଣ୍ଟ ଷ୍ଟିଲ ବର୍ତ୍ତମାନ ବହୁଳ ବିକ୍ରି ହେଉଛି। ତେଣୁ ଆଗାମୀ ଦିନରେ ଓଡ଼ିଶାର ବିକାଶ ଦିଗରେ ଏହି ରଷ୍ଟ ଗାର୍ଡ ସହାୟକ ହେବ ବୋଲି କହିଛନ୍ତି ସୌରଭ ଗାଙ୍ଗୁଲି। ଏହି ଉପଲକ୍ଷେ କ୍ରିକେଟର ସୌରଭ ଗାଙ୍ଗୁଲି ବ୍ୟବସାୟୀ ଓ  କମ୍ପାନି ସହ ଜଡିତ ସମସ୍ତ ଚ୍ୟାନେଲ ପାର୍ଟନର ତଥା ଇଞ୍ଜିନିୟର, ଆର୍କିଟେକ୍ଟ, ଡିଲର ଆଦି ପ୍ରାୟ ୬୦ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ କ୍ୟାପଟେନ ଷ୍ଟିଲ ପାଇଁ ତାଙ୍କର ଅବଦାନ ପାଇଁ ସମ୍ମାନିତ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe