ଜାନୁଆରିରୁ ଗାଡ଼ି ଦାମ୍ ବଢ଼ିବ

Advertisment
ମାର୍ଚ୍ଚରେ ଗାଡ଼ି ବିକ୍ରି ୨୮% କମିଲା, ଫେବ୍ରୁଆରି ତୁଳନାରେ ୧୦% ବଢ଼ିଛି

Image Courtesy: The Financial Express

ନୂଆଦିଲ୍ଲୀ: ଗାଡ଼ି ତିଆରିରେ ବ୍ୟବହାର ହେଉଥିବା ଇସ୍ପାତ, ଆଲୁମିନିୟମ୍ ଓ ପ୍ଲାଷ୍ଟିକ୍ ଭଳି ସାମଗ୍ରୀର ଦାମ୍ ବୃଦ୍ଧି ପାଇଥିବାରୁ କଂପାନିଗୁଡ଼ିକ ଜାନୁଆରିରୁ ବିଭିନ୍ନ ମଡେଲ୍‌ର ଦାମ୍ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଟାଟା ମୋଟର୍ସ ପକ୍ଷରୁ ବାଣିଜ୍ୟିକ ଯାନଗୁଡ଼ିକର ଦାମ୍ ବୃଦ୍ଧି କରାଯିବ। କେଉଁ ମଡେଲ୍‌ର ଦାମ୍ କେତେ ବଢ଼ିବ ତାହା ଜଣାପଡ଼ିନାହିଁ। ଛୋଟ ଓ ବଡ଼ ଆକୃତିର ବାଣିଜ୍ୟିକ ଯାନ ଠାରୁ ଆରମ୍ଭ କରି ବସ୍‌ ପର୍ଯ୍ୟନ୍ତ ସବୁ ପ୍ରକାର ଗାଡ଼ିର ଦାମ୍ ବଢ଼ାଇବ ଟାଟା ମୋଟର୍ସ। ବିଳାସପୂର୍ଣ୍ଣ କାର୍‌ ନିର୍ମାତା ବିଏମ୍‌ଡବ୍ଲୁ ମଧ୍ୟ ଆସନ୍ତା ମାସରୁ ବିଭିନ୍ନ ମଡେଲ୍‌ର ଦାମ୍ ଦୁଇ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବ। ଜାନୁଆରି ୪ରୁ ସମସ୍ତ ବିଏମ୍‌ଡବ୍ଲୁ ଓ ମିନିର ସମସ୍ତ ମଡେଲ୍‌ର ଦାମ୍ ବଢ଼ିବ। ମାରୁତି ସୁଜୁକି ଓ ହୋଣ୍ଡା ଭଳି ବଡ଼ କାର୍‌ କଂପାନି ତରଫରୁ ମୂଲ୍ୟ ବୃଦ୍ଧି ବିଷୟରେ ଘୋଷଣା କରାଯାଇସାରିଛି। ମାରୁତି ସୁଜୁକିର ‌କେଉଁ ମଡେଲ୍‌ ଦାମ୍ କେତେ ବଢ଼ିବ ତାହା ଜଣାପଡ଼ିନାହିଁ। କିଆ ମୋଟର୍ସ ପକ୍ଷରୁ ସୋନେଟ୍ ଓ ସେଲ୍‌ଟୋସ୍‌ର ଦାମ୍ ବୃଦ୍ଧି କରାଯିବ ବୋଲି କୁହାଯାଇଛି। ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଓ ଫୋର୍ଡ ମଧ୍ୟ ଗାଡ଼ି ଦାମ୍ ବଢ଼ାଇବା ସଙ୍କେତ ଦେଇଛନ୍ତି। ଦୁଇଚକିଆ ଯାନ ନିର୍ମାତା ଭାବେ ହିରୋ ମୋଟୋକର୍ପ ମଧ୍ୟ ବିଭିନ୍ନ ମଡେଲ୍‌ର ଦାମ୍ ୧୫୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ାଇବା ବିଷୟରେ ଘୋଷଣା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe