ମିଳିଲା ବଡ଼ ସଫଳତା: ବାଇକ୍ ଦରରେ ମିଳିବ ଏହି ପ୍ରଦୂଷଣ ମୁକ୍ତ କାର୍

Advertisment
ମିଳିଲା ବଡ଼ ସଫଳତା: ବାଇକ୍ ଦରରେ ମିଳିବ ଏହି ପ୍ରଦୂଷଣ ମୁକ୍ତ କାର୍

ନୂଆଦିଲ୍ଲୀ: ପରିବେଶ ପ୍ରଦୂଷଣ ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟିଥିବା ବେଳେ ସମସ୍ତେ ଏବେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାର ବାଟ ଖୋଜୁଛନ୍ତି। ଯାହାକୁ ବଡ଼ମାନଙ୍କୁ କରିବାକୁ କାଠିକରପାଠ ହଉଛି। ତାହାକୁ ସମ୍ଭବ କରି ଦେଖାଇଛନ୍ତି କିଛି ପିଲା।

ଉତ୍ତରପ୍ରଦେଶର ୯ ରୁ ୧୪ ବର୍ଷ ବୟସ ଭିତରେ ଥିବା ୪ ଜଣ ଛାତ୍ର ଡଷ୍ଟ୍ ଫିଲ୍ଟରେସନ ସିଷ୍ଟମ୍ ବ୍ୟବହାର କରି ଏକ କାର୍ ତିଆରି କରିଛନ୍ତି, ଯାହାକି ପ୍ରଦୂଷଣ ମୁକ୍ତ। ଏହି ୪ ଜଣ ଛାତ୍ର ପ୍ରସିଦ୍ଧ ରୋବଟିକ୍ ସାଇଣ୍ଟିଷ୍ଟ୍ ମିଲିନ୍ଦ୍ ରାଜ୍ ଙ୍କ ସହ ମିଶି ଏକ ପ୍ରୋଜେକ୍ଟରେ କାମ କରି ଏହି ସଫଳତା ହାସଲ କରିଛନ୍ତି।

ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ିବାରେ ଲାଗି ରହିଥିବା ବେଳେ ଗାଡ଼ି ଧୁଁଆ ପ୍ରଦୂଷଣର ଏକ ପ୍ରମୁଖ କାରଣ ପାଲଟିଛି। ପ୍ରଥମ ଥର ପାଇଁ ଏପରି ଏକ କାର୍ ବାହାରିଛି, ଯେଉଁଥିରେ ଜମା ବି ପ୍ରଦୂଷଣ ହେବ ନାହିଁ। ଯାହାକି ନିଶ୍ଚିତ ରୂପେ ଏକ ପ୍ରଶଂସା ଯୋଗ୍ୟ କଥା।

ଏହି ୪ ଜଣ ଛାତ୍ର ହେଉଛନ୍ତି ବିରାଜ ଅମିତ୍ ମେହେରାତ୍ରା (୧୨), ଅର୍ୟବ ଅମିତ୍ ମେହେରାତ୍ରା (୯) , ଗର୍ବିତ ସିଂ (୧୨), ଶ୍ରେୟାଂଶ ମେହେରାତ୍ରା (୧୪)। ସେମାନେ ଏକ ବର୍ଷର ପରିଶ୍ରମ ପରେ ୩ଟି କାର୍ ବାହାର କରିବାରେ ସମର୍ଥ ହୋଇଛନ୍ତି।

ଜାଣିବାକୁ ମିଳିଛି ଯେ ଏହି କାର୍ଗୁଡ଼ିକୁ କାଢ଼ିବାକୁ ଖୁବ୍ କମ୍ ଟଙ୍କା ଖର୍ଚ୍ଚ ହେଉଥିବାରୁ ଏହା ମାର୍କେଟରେ ବାଇକ୍ ଦରରେ ମିଳିବ। ଏହି ଛାତ୍ରମାନେ ମିଲିନ୍ଦ୍ ଙ୍କ ନେତୃତ୍ଵରେ ଫରଏଭର୍ ନାମକ ଏକ ଟିମ୍ ଗଠନ କରି ଏହି ପ୍ରୋଜେକ୍ଟରେ କାମ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe