ଗୁଗୁଲ୍‌ ବିରୋଧରେ ଅଭିଯୋଗ, ଆଣ୍ଡ୍ରଏଡ୍‌ର ଦୁରୁପଯୋଗ କରୁଛି, ତଦନ୍ତ କରିବ ସିସିଆଇ

Advertisment
ତଦନ୍ତ ରିପୋର୍ଟ ଲିକ୍‌: ସିସିଆଇକୁ କୋର୍ଟକୁ ଟାଣିଲା ଗୁଗୁଲ୍

The Google search app is seen on an Android portable device on February 5, 2018. (Photo by Jaap Arriens/NurPhoto)

ନୂଆଦିଲ୍ଲୀ: ପ୍ରତିଯୋଗୀ କମ୍ପାନିଙ୍କୁ ବ୍ୟବସାୟରେ ଦୁର୍ବଳ କରିବା ଲାଗି ଗୁଗୁଲ୍ ଏହାର ଆଣ୍ଡ୍ରଏଡ୍ ମୋବାଇଲ ଅପରେଟିଂ ସିଷ୍ଟମ୍‌ର ଦୁରୁପଯୋଗ କରିଥିବା ଅଭିଯୋଗର ତଦନ୍ତ ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ) କରିବ। ଗତବର୍ଷ ସିସିଆଇ ଏହି ଅଭିଯୋଗ ଗ୍ରହଣ କରିଥିଲା। ୟୁରୋପରେ କମ୍ପାନି ଏ ପ୍ରକାର ଅଭିଯୋଗର ଶିକାର ପୂର୍ବରୁ ହୋଇ ସାରିଛି। ଏ ବାବଦରେ କମ୍ପାନି ୪.୩୪ ବିଲିଅନ ୟୁରୋ (୫ ବିଲିଅନ ଡଲାର)ର ଜରିମାନାର ସମ୍ମୁଖୀନ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଚଳିତବର୍ଷ ଏପ୍ରିଲରେ ସିସିଆଇ ନିଷ୍ପତ୍ତି ନେଲା ଯେ, ଗୁଗୁଲ୍ ବିରୋଧରେ ଆସିଥିବା ଅଭିଯୋଗର ସତ୍ୟତା ରହିଛି। ତେଣୁ ଏହି ଅଭିଯୋଗ ଅନୁସାରେ ପୂରା ତଦନ୍ତ  କରିବା ଲାଗି ସିସିଆଇ ନିର୍ଦେଶ ଦେଇଥିଲା। ପୂର୍ବରୁ ୟୁରୋପୀୟ ସଂଘ ଗୁଗୁଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସାରିଥିବାରୁ ସିସିଆଇ ପାଇଁ ଏବେ ଭାରତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଷ୍ଟକର ହେବନାହିଁ। ଗୁଗୁଲ୍ ବିରୋଧରେ ସିସିଆଇର ତଦନ୍ତ ପ୍ରାୟ ବର୍ଷକ ମଧ୍ୟରେ ଶେଷ ହେବ। ଆଗାମୀ ମାସ ଗୁଡ଼ିକରେ ଗୁଗୁଲ୍‌ର ବରିଷ୍ଠ ଅଧିକାରୀମାନଙ୍କୁ  ସିସିଆଇ ସମ୍ମୁଖରେ ହାଜର ହେବାକୁ ପଡ଼ିପାରେ। ଗୁଗୁଲ୍ ବିରୋଧରେ ଏକାଧିକ ବ୍ୟକ୍ତି ଅଭିଯୋଗ ଆଣିଛନ୍ତି। ତେବେ ଅଭିଯୋଗକାରୀଙ୍କ ସମ୍ପର୍କରେ ବିସ୍ତୃତ ସୂଚନା ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe