ହୋଟେଲ୍‌, ହସ୍ପିଟାଲ୍‌ରେ ବଢ଼ୁଛି ନଗଦ କାରବାର: କଡ଼ା ନଜର ରଖିବ ଆୟକର ବିଭାଗ

Advertisment
ନୂଆବର୍ଷ ପାଇଁ ହୋଟେଲ ଶିଳ୍ପରେ ଉତ୍ସାହ: ୧୦୦ ପ୍ରତିଶତ କୋଠରି ବୁକ୍‌

ନୂଆଦିଲ୍ଲୀ: ହୋଟେଲ, ବିଳାସପୂର୍ଣ୍ଣ ବ୍ରାଣ୍ଡ୍‌ର ସାମଗ୍ରୀ ବିକ୍ରି, ଡାକ୍ତରଖାନା, ଆଇଭିଏଫ୍‌ କ୍ଲିନିକ୍‌ ଆଦିରେ ନଗଦ କାରବାର ବହୁମାତ୍ରାରେ ହେଉଛି। ଏହା ଉପରେ ଲଗାମ ଲାଗିବା ଆବଶ୍ୟକ। ତେଣୁ ଏହା ଉପରେ ନଜର ରଖିବାକୁ ଆୟକର ବିଭାଗକୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ନିର୍ଦ୍ଦେଶ ଦେଇଛି। ୨ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ନଗଦ କାରବାର ସଂପର୍କରେ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ଏସ୍‌ଟିଏଫ୍‌( ଷ୍ଟେଟମେଣ୍ଟ୍‌ ଅଫ୍ ଫାଇନାନ୍ସିଆଲ ଟ୍ରାଞ୍ଜାକସନ୍ସ)ରେ ରିପୋର୍ଟ ହେବା ଆବଶ୍ୟକ। କିନ୍ତୁ ତାହା ହେଉନାହିଁ। ଏସ୍‌ଟିଏଫ୍‌କୁ ଏଡ଼ାଇ ଦିଆଯାଉଛି ବୋଲି ଏହାକୁ ଅନୁଧ୍ୟାନ କରିବା ସମୟରେ ଜଣାଯାଇଛି। ତେଣୁ ଅଧିକ ରାଶିର ଖର୍ଚ୍ଚଗୁଡ଼ିକୁ ଯାଞ୍ଚ କରିବା ଆବଶ୍ୟକ। ଆୟକର ବିଭାଗ ଜାଣିବାକୁ ପାଇଛି ଯେ ହୋଟେଲ, ବ୍ୟାଙ୍କେଟ୍‌ ହଲ୍‌, ବିଳାସପୂର୍ଣ୍ଣ ବ୍ରାଣ୍ଡ୍‌ର ବିକ୍ରେତା, ଆଇଭିଏଫ୍‌ କ୍ଲିନିକ୍‌, ଡାକ୍ତରଖାନା, ଡିଜାଇନର ପୋଷାକ ଦୋକାନ, ପ୍ରବାସୀ ଭାରତୀୟ ମେଡିକାଲ କଲେଜ କୋଟା ସିଟ୍‌ ନାମଲେଖା ଆଦି କ୍ଷେତ୍ରରେ ନଗଦ ଅର୍ଥ କାରବାର ପାଇଁ ରହିଥିବା ନିୟମକୁ ପାଳନ କରାଯାଉନାହିଁ। ଏଥିସହିତ ଏସବୁ ସ୍ଥାନରେ ବିପୁଳ ମାତ୍ରାରେ ନଗଦ ଅର୍ଥ କାରବାର ହେଉଛି।

ଦେଶରେ ନଗଦ କାରବାର ବୃଦ୍ଧି ପାଉଥିବା ବିଷୟ ସାମ୍ନାକୁ ଆସିଛି। ୨୦୨୩-୨୪ ଆର୍ଥିକବର୍ଷରେ ଆୟକର ବିଭାଗ ୧୧୦୦ଟି ଯାଞ୍ଚ କିମ୍ବା ଚଢ଼ଉ କରିଥିଲା। ସେଥିରେ ପ୍ରାୟ ୨୫୦୦ କୋଟି ଟଙ୍କା ମୂଲ୍ୟର ସଂପତ୍ତି ଜବତ ହୋଇଥିବାବେଳେ ସେଥିରେ ୧୭୦୦ କୋଟି ଟଙ୍କା ନଗଦ ଅର୍ଥ ରହିଥିଲା। ଏଥିରୁ ଅର୍ଥନୀତିରେ ନଗଦ କାରବାର କେତେ ଅଧିକ ରହୁଛି ତାହା ବୁଝାପଡ଼ୁଛି। ଆଦାୟ ହୋଇ ନପାରି ପଡ଼ି ରହିଥିବା ଟିକସ ରାଶି ଉପରେ ମଧ୍ୟ ସିବିଡିଟି ଚିନ୍ତାବ୍ୟକ୍ତ କରିଛି। ୨୦୨୩ ଏପ୍ରିଲ ପହିଲାରେ ଏହି ରାଶି ୨୪,୫୧,୦୯୯ କୋଟି ଟଙ୍କା ଥିବାବେଳେ ୨୦୨୪ ଏପ୍ରିଲ ପହିଲାରେ ଏହା ୪୩,୦୦,୨୩୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏ ନେଇ ଜରୁରୀ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ବୋଲି ସିବିଡିଟି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe