କଳାଧନ ପଠାଇଥିବା ସଂସ୍ଥା ପଛରେ ସିବିଆଇ

ଲକ୍ଷେ ୪୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡ଼ିଲେ ଡାକ ବିଭାଗର ସହକାରୀ ଯନ୍ତ୍ରୀ

IndiaTv

ନୂଆଦିଲ୍ଲୀ: ବିଦେଶକୁ କଳାଧନ ପଠାଉଥିବା ୫୧ଟି ସଂସ୍ଥା ବିରୋଧରେ ସିବିଆଇ ମାମଲା ଦାୟର କରିଛି। ଏହି ସବୁ ସଂସ୍ଥା ୨୦୧୪-୧୫ରେ ହଂକଂକୁ ୧୦୩୮ କୋଟି ଟଙ୍କାର କଳାଧନ ପଠାଇଥିବା ଅଭିଯୋଗ ହୋଇଛି। ଚେନ୍ନାଇର କିଛି ବାସିନ୍ଦା ଏହି କାରସାଦି କରିଥିଲେ। ସେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଷ୍ଟେଟ୍‌ ବ୍ୟାଙ୍କ ଓ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର କିଛି ଅଧିକାରୀଙ୍କୁ ହାତ କରି କଳାଧନ ବାହାରକୁ ପଠାଇଥିଲେ। ଅଭିଯୁକ୍ତମାନେ ୪୮ଟି ସଂସ୍ଥା ନାମରେ ୫୧ଟି ଚଳନ୍ତୀ ଜମା ଖାତା ଖୋଲିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe