୧୪୦୦ କୋଟିର ଋଣ ଠକେଇ, ୪ଟି ରାଜ୍ୟରେ ସିବିଆଇ ଚଢ଼ଉ

Advertisment
୧୪୦୦ କୋଟିର ଋଣ ଠକେଇ, ୪ଟି ରାଜ୍ୟରେ ସିବିଆଇ ଚଢ଼ଉ

photo-oneindia

ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସମେତ ଅନ୍ୟ କେତେକ ବ୍ୟାଙ୍କରୁ ୧୪୦୦ କୋଟି ଟଙ୍କାର ଋଣ ଠକେଇ ହୋଇଛି। ଦିଲ୍ଲୀର କ୍ବାଲିଟି ଲିମିଟେଡ୍‌ ନାମକ କଂପାନି ଏହି ଠକେଇ କରିଛି। ବ୍ୟାଙ୍କରୁ ଅଭି‌ଯୋଗ ପାଇବା ପରେ ସିବିଆଇ ପକ୍ଷରୁ ଏକ ମାମଲା ରୁଜୁ କରି ଆଜି ୪ଟି ରାଜ୍ୟର ୮ଟି ସ୍ଥାନରେ ଚଢ଼ଉ କରାଯାଇଛି। ସିବିୖଆଇ ପକ୍ଷରୁ ଆଜି ଦିଲ୍ଲୀ, ସାହାରଣପୁର, ଉତ୍ତରପ୍ରଦେଶର ବୁନ୍ଦେଲସହର, ରାଜସ୍ଥାନର ଆଜମେର୍, ହରିୟାନାର ପାଲାୱାଲା ସମେତ କଂପାନିର କାର୍ଯ୍ୟଳୟ ଓ ଅନ୍ୟାନ୍ୟ ଅଭିଯୁକ୍ତଙ୍କ ବିଭିନ୍ନ ସମ୍ପତ୍ତିରେ ଚଢ଼ଉ କରାଯାଇଥିଲା। ସିବିଆଇ ପକ୍ଷରୁ କଂପାନିର ନିର୍ଦେଶକ ସଞ୍ଜୟ ଢିଙ୍ଗରା, ସିଦ୍ଧାନ୍ତ ଗୁପ୍ତା, ଅରୁଣ ଶ୍ରୀବାସ୍ତବ ଓ ଅନ୍ୟ କିଛି ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରାଯାଇଛି। ସିବିଆଇର ଏଫ୍‌ଆଇଆର୍‌ ଅନୁସାରେ କ୍ବାଲିଟି ଲିମିଟେଡ୍‌ ଜାଲ କାଗଜପତ୍ର ଦେଇ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ବ୍ୟାଙ୍କ ଅଫ୍‌ ବରୋଦା, ଆନ୍ଧ୍ର ବ୍ୟାଙ୍କ, କର୍ପୋରେସନ ବ୍ୟାଙ୍କ, ଆଇଡିବିଆଇ ବ୍ୟାଙ୍କ, ସେଂଟ୍ରାଲ ବ୍ୟାଙ୍କ, ଧନଲକ୍ଷ୍ମୀ ବ୍ୟାଙ୍କ, ସିଣ୍ଡିକେଟ୍‌ ବ୍ୟାଙ୍କରୁ ୧୪୦୦ କୋଟି ଟଙ୍କାର ଋଣ ନେଇ ତାହାକୁ ଅନ୍ୟତ୍ର ସ୍ଥାନାନ୍ତର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe