ଫ୍ଲାଇଙ୍ଗ୍‌ ଟ୍ରେନିଂ ସ୍କୁଲ୍‌କୁ ଜଗିବ ସିସିଟିଭି

Advertisment
ଆଗକୁ ରଥଯାତ୍ରା: ଲାଗିଲାନି ସିସି କ୍ୟାମେରା

ନୂଆଦିଲ୍ଲୀ: ଫ୍ଲାଇଙ୍ଗ ଟ୍ରେନିଂ ସ୍କୁଲଗୁଡ଼ିକରେ ଦିଆଯାଉଥିବା ପ୍ରଶିକ୍ଷଣର ମାନ ଉପରେ ନଜର ରଖିବା ଲାଗି ୯୦ ଦିନ ଭିତରେ ହାଇ ରିଜଲ୍ୟୁସନ ସିସିଟିଭି କ୍ୟାମେରା ଲଗାଇବାକୁ ସେମାନଙ୍କୁ ବେସାମରିକ ବିମାନ ଚଳାଚଳ ମହାନିର୍ଦେଶଳୟ (ଡିଜିସିଏ) ପକ୍ଷରୁ କୁହାଯାଇଛି। ସ୍କୁଲର ସମସ୍ତ ପ୍ରମୁଖ ସ୍ଥାନରେ ସିସିଟିଭି କ୍ୟାମେରା ଲାଗିବ। ପ୍ରଶିକ୍ଷଣରେ ବ୍ୟବହାର କରାଯାଉଥିବା ବିମାନର ତଥ୍ୟକୁ ସଠିକ୍ ଭାବେ ଅନୁଶୀଳନ କରିବା, ସବୁ ପ୍ରକାର ସୁରକ୍ଷା ମାନଦଣ୍ଡକୁ କଡ଼ାକଡ଼ି ଭାବେ ପାଳନ କରିବା ଏବଂ ପ୍ରକୃତ‌ ଉଡ଼ାଣ ଆଧାରରେ ଛାତ୍ରଛାତ୍ରୀମାନଙ୍କ ଫ୍ଲାଇଙ୍ଗ୍‌ ସମୟ ରେକର୍ଡ କରିବାକୁ ସ୍କୁଲଗୁଡ଼ିକୁ କୁହାଯାଇଛି। ସ୍କୁଲରେ ହେଉଥିବା ପରୀକ୍ଷାର ଲାଇଭ୍‌ ଫିଡ୍‌ ପ୍ରଦାନ କରିବାକୁ ମଧ୍ୟ ସ୍କୁଲଗୁଡ଼ିକୁ ଡିଜିସିଏ କହିଛନ୍ତି। ଉଡ଼ାଣ ମାନକୁ ନିଶ୍ଚିତ କରିବା ଲାଗି ପଦକ୍ଷେପ ନେବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe