ଆଇସିଏସ୍‌ଆଇର ପୁଞ୍ଜି ବଜାର ସପ୍ତାହ ପାଳନ

Advertisment
ଆଇସିଏସ୍‌ଆଇର ପୁଞ୍ଜି ବଜାର ସପ୍ତାହ ପାଳନ

ଭୁବନେଶ୍ବର: ଦି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ କଂପାନି ସେକ୍ରେଟାରିଜ୍ ଅଫ୍‌ ଇଣ୍ଡିଆ (ଆଇସିଏସ୍‌ଆଇ) ପକ୍ଷରୁ ପୁଞ୍ଜି ବଜାର ସପ୍ତାହ ୨୦୨୨ ପାଳନ କରାଯାଇଛି। ଏଥିରେ ଯୁଗ୍ମ ଆୟକର କମିସନର ଡକ୍ଟର ଉମାକାନ୍ତ ଧ୍ରୁପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସେବିର ଡିଜିଏମ୍ ଅଂଶୁମାନ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇସିଏସ୍‌ଆଇ ନୂଆଦିଲ୍ଲୀର କେନ୍ଦ୍ରୀୟ ପରିଷଦ ସଦସ୍ୟ ବି ନରସିଂହ, ସନ୍ଦୀପ କୁମାର କେଜ୍ରିୱାଲ, ଆଇସିଏସ୍‌ଆଇର ଇଆଇଆର୍‌ସି ଅଧ୍ୟକ୍ଷ ଅନୀଲ କୁମାର ଦୁବେ, ଆଇସିଏସ୍‌ଆଇ ଭୁବନେଶ୍ବର ଚାପ୍ଟରର ଅଧ୍ୟକ୍ଷ ଜ୍ୟୋତିର୍ମୟ ମିଶ୍ର ଉପସ୍ଥିତ ଥିଲେ। ପୁଞ୍ଜି ବଜାର କାରବାର ସହ ଜଡ଼ିତ ସଂସ୍ଥା, କଂପାନି ସେକ୍ରେଟାରି,‌ ପେସାଦାର, କର୍ପୋରେଟ୍ ଜଗତର ଅଧିକାରୀ ଓ ଶିକ୍ଷା ଜଗତର ପ୍ରତିନିଧିମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ଦିବସ ବ୍ୟାପୀ କାର୍ଯ୍ୟକ୍ରମରେ ପୁଞ୍ଜି ବଜାର ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା। ଆଇସିଏସ୍‌ଆଇ ପକ୍ଷରୁ ଭୁବନେଶ୍ବର ସମେତ ଦେଶର ଆଠଟି ସ୍ଥାନରେ ଜୁଲାଇ ୯-୧୬ ପର୍ଯ୍ୟନ୍ତ ଏହି ସପ୍ତାହକୁ ପାଳନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe