୫ଜି ସ୍ପେକ୍ଟ୍ରମ ନିଲାମକୁ କେନ୍ଦ୍ରର ଅନୁମୋଦନ

ବର୍ଷ ଶେଷ ସୁଦ୍ଧା ୨୫ଟି ସହରରେ ୫ଜି ସେବା

Image Courtesy of NDTV

ନୂଆଦିଲ୍ଲୀ: ‌ଦେଶରେ ୫ଜି ମୋବାଇଲ୍ ସେବା ଆରମ୍ଭ କରିବା ଲାଗି ୫ଜି ସ୍ପେକ୍ଟ୍ରମ ନିଲାମ କରିବା ସମ୍ପର୍କିତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ମିଳିଛି। ଏହି ସ୍ପେକ୍ଟ୍ରମ୍ ୨୦ ବର୍ଷିଆ ଅବଧି ପାଇଁ ଦିଆଯିବ। ପ୍ରାଇଭେଟ୍ କ୍ୟାପ୍‌ଟିଭ୍ ନେଟ୍‌ୱର୍କ ପାଇଁ ମଧ୍ୟ ସ୍ପେକ୍ଟ୍ରମ୍ ନିଲାମ କରାଯିବ। ଜୁଲାଇ ମାସ ଶେଷ ସୁଦ୍ଧା ୭୨୦୯୭.୮୫ ମେଗାହର୍ଜ ସ୍ପେକ୍ଟ୍ରମ୍ ନିଲାମ ପାଇଁ ଉପଲ୍ଧ କରାଯିବ। ବିଭିନ୍ନ ବ୍ୟାଣ୍ଡ୍‌ରେ ନିଲାମ ଅନୁଷ୍ଠିତ ହେବ। ସେହି ବ୍ୟାଣ୍ଡ୍‌ଗୁଡ଼ିକ ହେଉଛି ୬୦୦, ୭୦୦, ୮୦୦, ୯୦୦, ୧୮୦୦, ୨୧୦୦ ଓ ୨୩ ମେଗାହର୍ଜ। ୩୩ ମେଗାହର୍ଜର ମଧ୍ୟମ ଓ ୨୩ ଗିଗାହର୍ଜର ଉଚ୍ଚ ‌ବ୍ୟାଣ୍ଡ୍‌ର ସ୍ପେକ୍ଟ୍ରମ୍ ମଧ୍ୟ ନିଲାମ କରାଯିବ। ଗତ ମାସରେ ଡିଜିଟାଲ କମ୍ୟୁନିକେସନ କମିସନ ୫ଜି ସ୍ପେକ୍ଟ୍ରମ ନିଲାମକୁ ଅନୁମୋଦନ ଦେଇଥିଲେ। ସ୍ପେକ୍ଟ୍ରମ୍ ଦାମ୍‌ରେ ୯୦% ହ୍ରାସ କରିବା ଲାଗି ଟେଲିକମ୍ କଂପାନିଗୁଡ଼ିକ ଦାବି କରିଥିବା ବେଳେ ଏହା କିନ୍ତୁ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷର ୩୬% ପ୍ରସ୍ତାବକୁ ଗ୍ରହଣ କରିଥିଲା। ସ୍ପେକ୍ଟ୍ରମ ପାଇଁ କଂପାନିଗୁଡ଼ିକ ୨୦ଟି କିସ୍ତିରେ ପେମେଣ୍ଟ୍‌ କରିପାରିବେ। ପ୍ରତିବର୍ଷ ଆରମ୍ଭରେ କିସ୍ତି ପଇଠ କରିବାକୁ ପଡ଼ିବ। ଏହା ଦ୍ବାରା ନଗଦ ପ୍ରବାହ ଜାରି ରହିବ ଓ ଏହି କ୍ଷେତ୍ରରେ କାରବାର କରିବାର ଖର୍ଚ୍ଚ ମଧ୍ୟ କମ୍ ରହିବ। କଂପାନି ଚାହିଲେ ୧୦ ବର୍ଷ ପରେ ସ୍ପେକ୍ଟ୍ରମ୍ ଫେରାଇ ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe