ଅଣ ସଂଗଠିତ କ୍ଷେତ୍ର ଉପରେ କେନ୍ଦ୍ରର ଆକ୍ରମଣ: ରାହୁଲ

Advertisment
ରାହୁଲଙ୍କ ବିମାନକୁ ଅବତରଣ ପାଇଁ ଅନୁମତି ନମିଳିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କଲା ବାରାଣାସୀ ବିମାନବନ୍ଦର

Image Courtesy of India Today

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଭଳି ଅର୍ଥନୀତିର କ୍ଷତି କରିଛନ୍ତି ତାହାକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଏକ ଭିଡିଓ ଜାରି କରିଛନ୍ତି। ଅର୍ଥନୀତି ଉପରେ ଚର୍ଚ୍ଚା କରି ସେ କହିଛନ୍ତି, ବିଜେପି ସରକାର ଅସଙ୍ଗଠିତ କ୍ଷେତ୍ର ଉପରେ ଆକ୍ରମଣ କରିଛି । ଲୋକମାନଙ୍କୁ ଦାସରେ ପରିଣତ କରିବାର ପ୍ରୟାସ ଚାଲିଛି । ୨୦୦୮ରେ ବିଶ୍ୱ ଏକ ଅର୍ଥନୈତିକ ଝଡ଼ର ଶିକାର ହୋଇଥିଲା। ଏହା ସମଗ୍ର ବିଶ୍ୱକୁ ପ୍ରଭାବିତ କରିଥିଲା। ବିଶେଷକରି ଆମେରିକା, ଜାପାନ, ଚୀନ୍‌କୁ ପ୍ରଭାବିତ କରିଥିଲା ।

ଆମେରିକାର ବିଭିନ୍ନ ନିଗମ ଏବଂ କମ୍ପାନିଗୁଡ଼ି ବନ୍ଦ ହୋଇଯାଇଥିଲା ବେଳେ ଗୋଟିଏ ପରେ ଗୋଟିଏ ବ୍ୟାଙ୍କ ମଧ୍ୟ ବନ୍ଦ ହୋଇଥିଲା। ୟୁରୋପରେ ମଧ୍ୟ ବ୍ୟାଙ୍କ ଗୁଡ଼ିକ ବନ୍ଦ ହେଉଥିଲା । କିନ୍ତୁ ଭାରତରେ ଏହା ପ୍ରଭାବଶୂନ୍ୟ ଥିଲା । ସେହି ସମୟରେ ଭାରତରେ ୟୁପିଏ ସରକାର ଥିଲା। ଭାରତରେ ଏହାର ପ୍ରଭାବ ପଡ଼ିନଥିଲା। ଏସମ୍ପର୍କ ମୁଁ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସହ କଥା ହୋଇ ଭାରତରେ କାହିଁକି ମାନ୍ଦାବସ୍ଥାର ପ୍ରଭାବ ଅନୁଭୂତ ହେଉନାହିଁ ବୋଲି ପଚାରିଥିଲି। ସେ ଉତ୍ତର ଦେଇଥିଲେ , ଭାରତର ଦୁଇଟି ଅର୍ଥନେତିକ ଢ଼ାଂଚା ଅଛି। ଗୋଟିଏ ହେଉଛି ସଂଗଠିତ ଅର୍ଥନୀତି ଓ ଅନ୍ୟଟି ହେଉଛି ଅସଂଗଠିତ ଅର୍ଥନୀତି । ବଡ଼ କମ୍ପାନିଗୁଡ଼ିକ ସଂଗଠିତ କ୍ଷେତ୍ରକୁ ଦର୍ଶାଏ । ଅସଂଗଠିତ କ୍ଷେତ୍ର କୃଷକ, ଶ୍ରମିକ ଲଘୁ ଏବଂ ମଧ୍ୟମ ଶିଳ୍ପକୁ ନେଇ ଗଠିତ ହୋଇଥାଏ । ଯେପର୍ଯ୍ୟନ୍ତ ଭାରତର ଅସଙ୍ଗଠିତ କ୍ଷେତ୍ର ଶକ୍ତିଶାଳି ଅଛି କୌଣସି ଅର୍ଥନୈତିକ ଝଡ଼ ଭାରତକୁ ଛୁଇଁ ପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ସିଂହ ତାଙ୍କୁ ବୁଝାଇଥିଲେ। ମାତ୍ର ମୋଦୀ ସରକାର ବିଗତ ୬ବର୍ଷ ହେଲାଣି ଅସଙ୍ଗଠିତ କ୍ଷେତ୍ର ଉପରେ ଆକ୍ରମଣ କରି ଆସୁଛି । ବିମୁଦ୍ରିକରଣ, ଭୁଲ ତୃଟିପୂର୍ଣ୍ଣ ଜିଏସ୍.ଟି ଏବଂ କରୋନା ଜନିତ ଲକ୍‌ଡାଉନ ପଛରେ କୌଣସି ଚିନ୍ତା ନଥିଲା ବୋଲି ଭାବନ୍ତୁ ନାହିଁ । ଶେଷ ମୂହର୍ତରେ ଏହା କରାଯାଉଛି ବୋଲି ଭାବନ୍ତୁ ନାହିଁ । ଏହି ତିନୋଟି ନିଷ୍ପତ୍ତିର ଉଦ୍ଦେଶ୍ୟ ଆମର ଅସଙ୍ଗଠିତ କ୍ଷ୍ରେତକୁ ନଷ୍ଟ କରିବାର ଥିଲା ବୋଲି ରାହୁଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe