ବିଦେଶର ନକଲି ଆଇଟି ଚାକିରି ରାକେଟ୍‌ ନେଇ ସତର୍କ କରାଇଲା କେନ୍ଦ୍ର

Advertisment
ନିଯୁକ୍ତି ସୁଯୋଗ ଆଶା କ୍ଷୀଣ, ପଞ୍ଜୀକରଣ କରି ଚାକିରି ଅପେକ୍ଷାରେ ୭୮୫୦ ଯୁବକ ଓ ଯୁବତୀ

India TV News

ନୂଆଦିଲ୍ଲୀ : ବିଦେଶର ନକଲି ଆଇଟି ଚାକିରି ରାକେଟ୍ ସଂପର୍କରେ ସତର୍କ କରାଇଛି ବିଦେଶ ବ୍ୟାପାର ମନ୍ତ୍ରାଳୟ। ଆଇଟି ପାଠ ପଢ଼ିଥିବା ଯୁବକଙ୍କୁ ଟାର୍ଗେଟ କରି ଉକ୍ତ ରାକେଟ୍‌ ବିଦେଶରେ କାର୍ଯ୍ୟ କରୁଛି। କିଛିଦିନ ତଳେ ମିଆଁମାରରେ ମୁଣ୍ଡଜାମିନ ଭାରତୀୟ ଯୁବକଙ୍କ ସଂପର୍କରେ ରିପୋର୍ଟ ସାମ୍ନାକୁ ଆସିବା ପରେ କେନ୍ଦ୍ର ଏହି ସତର୍କତା ଜାରି କରିଛି। ଥାଇଲାଣ୍ଡରେ କଲ‌୍‌ ସେଣ୍ଟର ଏବଂ କ୍ରିପ୍ଟୋକରେନ୍ସି ସ୍କାମ୍‌ରେ ଜଡ଼ିତ କମ୍ପାନିଗୁଡ଼ିକ ଭାରତୀୟ ଯୁବକଙ୍କୁ ଡିଜିଟାଲ ସେଲ୍ସ ଆଣ୍ଡ୍ ମାର୍କେଟିଂ ଏକ୍‌ଜିକ୍ୟୁଟିଭ ପଦରେ ନିଯୁକ୍ତି ଦେବାନେଇ ପ୍ରଲୋଭନ ଦେଖାଉଛନ୍ତି। ଦୁବାଇରୁ ମଧ୍ୟ ସାମାଜିକ ଗଣମାଧ୍ୟମ ଜରିଆରେ ଏଭଳି ବିଜ୍ଞାପନ ଦିଆଯାଉଛି। ଭାରତରେ ଅବସ୍ଥାପିତ ଏଜେଣ୍ଟଙ୍କ ଜରିଆରେ ଏହା କରାଯାଉଛି ବୋଲି ବିଦେଶ ମନ୍ତ୍ରାଳୟ ସତର୍କ କରାଇ ଦେଇଛି। ତେଣୁ ଏଭଳି ନକଲି ଚାକିରି ଅଫର ଯନ୍ତାରେ ନପଡ଼ିବା ପାଇଁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe