ଓଡ଼ିଶାକୁ ୧୦୨୦ କୋଟି ଜିଏସ୍‌ଟି କ୍ଷତିପୂରଣ

Advertisment
ଓଡ଼ିଶାକୁ ୧୦୨୦ କୋଟି ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ: ଦେଶରେ ଚଳିତ ବର୍ଷ ଜୁଲାଇରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଲାଗୁ ହେବା ପରେ ରାଜ୍ୟଗୁଡ଼ିକ ଟିକସ ଆଦାୟ ବାବଦରେ କ୍ଷତି ସହିଛନ୍ତି। ଏହି କ୍ଷତିକୁ ଭରଣା କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ଗୁଡ଼ିକୁ ଜୁଲାଇରୁ ଅକ୍ଟୋବର ମଧ୍ୟରେ ୨୪,୫୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହି କ୍ଷତିପୂରଣ ରାଶି ମଧ୍ୟରୁ ସର୍ବାଧିକ ୩୨୭୧ କୋଟି ଟଙ୍କା କର୍ଣ୍ଣାଟକକୁ ଦିଆଯାଇ ଥିବାବେଳେ ଗୁଜରାଟକୁ ୨୨୮୨ କୋଟି, ପଞ୍ଜାବକୁ ୨୦୯୮ କୋଟି, ରାଜସ୍ଥାନକୁ ୧୯୧୧ କୋଟି, ବିହାରକୁ ୧୭୪୬ କୋଟି, ଉତ୍ତର ପ୍ରଦେଶକୁ ୧୫୨୦ କୋଟି, ଓଡ଼ିଶାକୁ ୧୦୨୦ କୋଟି ଏବଂ ପଶ୍ଚିମବଙ୍ଗକୁ ୧୦୦୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବପ୍ରତାପ ଶୁକ୍ଳା ସଂସଦରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe