Advertisment

କମ୍ପାନିଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ: ତୁରନ୍ତ ଔଷଧ ଦର ସଂଶୋଧନ କର

Advertisment

ଔଷଧ ଓ ମେଡିକାଲ ଉପକରଣ ନିର୍ମାତାଙ୍କୁ କେନ୍ଦ୍ର ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜିଏସ୍‌ଟି ହ୍ରାସ ଯେଭଳି ସେପ୍ଟେମ୍ବର ୨୨ରୁ ପ୍ରତିଫଳିତ ହେବ ତାହାକୁ ଦୃଷ୍ଟିରେ ରଖି ତୁରନ୍ତ ସର୍ବାଧିକ ବିକ୍ରି ମୂଲ୍ୟ (ଏମ୍‌ଆର୍‌ପି) ସଂଶୋଧନ କରିବା ଲାଗି ସେମାନଙ୍କୁ କୁହାଯାଇଛି।

ଔଷଧ ଓ ମେଡିକାଲ ଉପକରଣ ନିର୍ମାତାଙ୍କୁ କେନ୍ଦ୍ର ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜିଏସ୍‌ଟି ହ୍ରାସ ଯେଭଳି ସେପ୍ଟେମ୍ବର ୨୨ରୁ ପ୍ରତିଫଳିତ ହେବ ତାହାକୁ ଦୃଷ୍ଟିରେ ରଖି ତୁରନ୍ତ ସର୍ବାଧିକ ବିକ୍ରି ମୂଲ୍ୟ (ଏମ୍‌ଆର୍‌ପି) ସଂଶୋଧନ କରିବା ଲାଗି ସେମାନଙ୍କୁ କୁହାଯାଇଛି।

fhfhhhf

ନୂଆଦିଲ୍ଲୀ: ଔଷଧ ଓ ମେଡିକାଲ ଉପକରଣ ନିର୍ମାତାଙ୍କୁ କେନ୍ଦ୍ର ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜିଏସ୍‌ଟି ହ୍ରାସ ଯେଭଳି ସେପ୍ଟେମ୍ବର ୨୨ରୁ ପ୍ରତିଫଳିତ ହେବ ତାହାକୁ ଦୃଷ୍ଟିରେ ରଖି ତୁରନ୍ତ ସର୍ବାଧିକ ବିକ୍ରି ମୂଲ୍ୟ (ଏମ୍‌ଆର୍‌ପି) ସଂଶୋଧନ କରିବା ଲାଗି ସେମାନଙ୍କୁ କୁହାଯାଇଛି। ଜିଏସ୍‌ଟି ହ୍ରାସର ଲାଭ ଗ୍ରାହକ ଓ ରୋଗୀଙ୍କୁ ପ୍ରଦାନ କରିବା ଲାଗି ଏନ୍‌ପିପିଏ( ନେସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି) ପକ୍ଷରୁ କୁହାଯାଇଛି। ଏକ ସଂଶୋଧିତ ଦର ତାଲିକା କିମ୍ବା ଅତିରିକ୍ତ ଦର ତାଲିକା ଡିଲର, ଖୁଚୁରା ବିକ୍ରେତା, ରାଜ୍ୟ ଔଷଧ ନିୟନ୍ତ୍ରକ ଏବଂ ସରକାରଙ୍କୁ ପ୍ରଦାନ କରିବା ଲାଗି ଔଷଧ କମ୍ପାନିଗୁଡ଼ିକୁ କୁହାଯାଇଛି। ଏହି ତାଲିକାରେ ସଂଶୋଧିତ ଜିଏସ୍‌ଟି ହାର ଏବଂ ସଂଶୋଧିତ ଏମ୍‌ଆର୍‌ପି ପ୍ରତିଫଳିତ ହେବା ଆବଶ୍ୟକ। 

ଜିଏସ୍‌ଟି ହାର ହ୍ରାସ ସଂପର୍କରେ ବୈଦ୍ୟୁତିକ, ଛାପା ଓ ସାମାଜିକ ଗଣମାଧ୍ୟମ ଭଳି ସବୁ ମାଧ୍ୟମରେ ଡିଲର, ଖୁଚୁରା ବିକ୍ରେତା ଏବଂ ଖାଉଟିଙ୍କୁ ସଚେତନ କରିବା ଲାଗି ତୁରନ୍ତ ପଦ‌କ୍ଷେପ ନେବାଲାଗି ଔଷଧ ନିର୍ମାତା ଓ ମାର୍କେଟିଂ କମ୍ପାନିଗୁଡ଼ିକୁ ସାର ଓ ରସାୟନ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ଖୁଚୁରା ବିକ୍ରେତାଙ୍କ ସ୍ତରରେ ଯଦି କମ୍ପାନିଗୁଡ଼ିକ ଅନ୍ୟ କୌଣସି ପଦ‌କ୍ଷେପ ମାଧ୍ୟମରେ ଉଚିତ ମୂଲ୍ୟକୁ କାର୍ଯ୍ୟକାରୀ କରିପାରିବେ ତା’ହେଲେ ଯେଉଁସବୁ ଔଷଧ ବଜାରରେ ସେପ୍ଟେମ୍ବର ୨୨ ପୂର୍ବରୁ ରହିଛି ସେଗୁଡ଼ିକୁ ପ୍ରତ୍ୟାହାର, ପୁନର୍ବାର ଲେବଲିଂ କରିବା କିମ୍ବା ପୁନର୍ବାର ଷ୍ଟିକରିଂ କରିବାର କୌଣସି ଆବଶ୍ୟକତା ନାହିଁ। ସଂଶୋଧିତ ଜିଏସ୍‌ଟି ସଂପର୍କରେ ସଂଘଗୁଡ଼ିକ ଜାତୀୟସ୍ତରର ଓ ଆଞ୍ଚଳିକ ସ୍ତରର ଅଗ୍ରଣୀ ସମ୍ବାଦପତ୍ର ଜରିଆରେ ବିଜ୍ଞାପନ ଦେଇ ଡିଲର ଓ ରିଟେଲରମାନଙ୍କୁ ସଂଶୋଧିତ ଜିଏସ୍‌ଟି ହାରକୁ କାର୍ଯ୍ୟକାରୀ କରିପାରିବେ। ଔଷଧ ସାମଗ୍ରୀ ଏଫ୍‌ଏମ୍‌ସିଜି ଉତ୍ପାଦ ପରିସରରେ ଆସୁ ନଥିବାରୁ ସାର ଓ ରସାୟନ ମନ୍ତ୍ରାଳୟ ଏ ନେଇ ନୋଟିସ ଜାରି କରିଛି। ଜିଏସ୍‌ଟି ପରିଷଦର ୫୬ତମ ବୈଠକରେ ପ୍ରମୁଖ ଔଷଧଗୁଡ଼ିକର ଜିଏସ୍‌ଟି ହାରକୁ ୫ ପ୍ରତିଶତ ପରିବର୍ତ୍ତେ ଶୂନ କରି ଦିଆଯାଇଛି। ପୂର୍ବରୁ ଯେଉଁସବୁ ଔଷଧ ଉପରେ ୧୨ ପ୍ରତିଶତ ଜିଏସ୍‌ଟି ଆଦାୟ କରାଯାଉଥିଲା ତାହାକୁ ୫ ପ୍ରତିଶତ ହାରକୁ ଅଣାଯାଇଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe