୧୫ ଦିନ ମଧ୍ୟରେ ଲକ୍‌ଡାଉନ୍‌ ପୂର୍ବରୁ ବୁକ୍ ହୋଇଥିବା ବିମାନ ଟିକେଟ୍‌ ବାବଦ ପୂର୍ଣ୍ଣ ଅର୍ଥ ‌ଫେରସ୍ତ କରିବାକୁ କେନ୍ଦ୍ରର ଯୋଜନା

ବିମାନ ଶିଳ୍ପର ୨୪ ହଜାର କୋଟି କ୍ଷତି

Image Courtesy of Hindustan Times

ନୂଆଦିଲ୍ଲୀ: ମାର୍ଚ ୨୫ ତାରିଖ ପୂର୍ବରୁ ଯେଉଁ ଯାତ୍ରୀମାନେ ବିମାନ ଟିକେଟ୍ ବୁକ୍ କରିଥିଲେ ୧୫ ଦିନ ମଧ୍ୟରେ ସେମାନଙ୍କୁ ପୂର୍ଣ୍ଣ ଅର୍ଥ ଫେରସ୍ତ ଦେବାକୁ ପ୍ରସ୍ତାବ ଦେଇ ବେସାମରିକ ବିମାନ ଚଳାଚଳ ଏବଂ ବେସାମରିକ ବିମାନ ଚଳାଚଳର ମହାନିର୍ଦେଶାଳୟ ସୁପ୍ରିମ୍‌ କୋର୍ଟରେ ଏକ ସତ୍ୟପତ୍ର ଦାଖଲ କରିଛନ୍ତି।

କେନ୍ଦ୍ର ସରକାରଙ୍କ ଏହି ପ୍ରସ୍ତାବରେ ଉଲ୍ଲେଖ ଅଛି ଯେ, ଯଦି କୌଣସି ଏୟାର୍‌ଲାଇନ୍‌ ଆର୍ଥିକ ଦୁଃସ୍ଥିତିରେ ରହିଥାଆନ୍ତି ତେବେ ଟିକେଟ୍‌ ମୂଲ୍ୟ କ୍ରେଡିଟ୍‌ ସେଲ୍‌ରେ ସଞ୍ଚିତ ରହିବ। ସେହି ଟିକେଟ୍ ମୂଲ୍ୟରେ ସମ୍ପୃକ୍ତ ଯାତ୍ରୀ ନିଜ ପସନ୍ଦ ମୁତାବକ ୨୦୨୧ ମାର୍ଚ ୩୧ ସୁଦ୍ଧା ସେହି ଏୟାର୍‌ଲାଇନ୍‌ରେ ଯେକୌଣସି ସ୍ଥାନକୁ ଯାତ୍ରା କରିପାରିବେ।

ଯଦି କୌଣସି ଯାତ୍ରୀ ଯାତ୍ରା ନ କରିବାକୁ ଚାହାଁନ୍ତି, କ୍ରେଡିଟ୍‌ ସେଲ୍‌ରେ ଥିବା ତାଙ୍କ ଟିକେଟ୍ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଦିଆଯାଇ ପାରିବ। ଯଦି ଟିକେଟର୍‌ ମୂଲ୍ୟ ଅବ୍ୟବହୃତ ହୋଇ ରହିଥାଏ ତେବେ ପ୍ରତି ମାସରେ ଏହା ସୁଦ୍ଧ ଉପାର୍ଜନ କରିବ ଏବଂ ୨୦୨୧ ମାର୍ଚ ୩୧ ସୁଦ୍ଧା ସମୂଳସୁଧ ଫେରସ୍ତ କରାଯିବ।

publive-image Image Courtesy of Zee News

ଏଠାରେ ସୂଚନାଯୋଗ୍ୟ କି, ଲକ୍‌ଡାଉନ୍ ପୂର୍ବରୁ ଯେଉଁମାନେ ବିମାନଯାତ୍ରା ଲାଗି ଟି‌କେଟ୍‌ ବୁକ୍ କରିଥିଲେ, ପୂର୍ଣ୍ଣ ଅର୍ଥ ଫେରି ପାଇବାକୁ ସୁପ୍ରିମ୍‌ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ। ଏୟାର୍‌ଲାଇନ୍ ଅପରେଟର୍ ଏବଂ ଟ୍ରାଭେଲ୍‌ ଏଜେଣ୍ଟ୍‌ଙ୍କ ସହ ପରାମର୍ଶ କରି ସମାଧାନର ବାଟ ବାହାର କରିବାକୁ ଜୁନ୍ ୧୨ ତାରିଖ ଦିନ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଥିଲେ।

ସେପ୍ଟେମ୍ବର ୯ ତାରିଖ ଦିନ ପିଟିସନ୍ ଶୁଣାଣି କରିବା ସମୟରେ ବିଚାରପତି ଅଶୋକ ଭୂଷଣଙ୍କ ନେତୃତ୍ବାଧୀନ ତିନି ବିଚାରପତିବିଶିଷ୍ଟ ଖଣ୍ଡପୀଠ କେନ୍ଦ୍ର ସରକାର ଦାଖଲ କରିଥିବା ସତ୍ୟପତ୍ରର ମଧ୍ୟ ବିଚାର କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe