ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟର ‘ଗଜଜ୍ୟୋତି-୨୨’

Advertisment
ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟର ‘ଗଜଜ୍ୟୋତି-୨୨’

ଭୁବନେଶ୍ବର/ଜଟଣୀ: ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟରେ ମାର୍ଚ୍ଚ ୩୧ରୁ ଏପ୍ରିଲ ୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି ଟେକ୍ନୋ ସାଂସ୍କୃତିକ ମହୋତ୍ସବ ‘ଗଜଜ୍ୟୋତି-୨୨’। ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିବା ନାଇଜେରିଆ, ଭୁଟାନ, ନେପାଳ, ଆଫଗାନିସ୍ତାନ ଏବଂ ଭାରତର ବିଭିନ୍ନ ସ୍ଥାନରୁ ଆସିଥିବା ଛାତ୍ରଛାତ୍ରୀମାନେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ଉପାଧ୍ୟକ୍ଷ ପ୍ରଫେସର ଡିଏନ ରାଓ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। କୁଳପତି ପ୍ରଫେସର ଡ. ସୁପ୍ରିୟା ପଟ୍ଟନାୟକ ଯୋଗଦେଇ ଚରିତ୍ର ନିର୍ମାଣରେ ଏବଂ ଛାତ୍ରମାନଙ୍କ ବିକାଶରେ ସଂସ୍କୃତିର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମ ସହିତ ଜଡ଼ିତ ସମସ୍ତଙ୍କୁ ସେ ଧନ୍ୟବାଦ ଅର୍ପଣ କରିବା ସହ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ କ୍ରୀଡ଼ା ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ବିଶ୍ୱବିଦ୍ୟାଳୟର ଛାତ୍ରକଲ୍ୟାଣ ବିଭାଗ ସହିତ ମିଳିତଭାବେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe