କେର୍ଣ୍ଣ ବିବାଦରେ ପଛକୁ ହଟିବାକୁ ସରକାର ନାରାଜ, ଆନ୍ତର୍ଜାତିକ ଟ୍ରିବ୍ୟୁନାଲ୍ ରାୟକୁ ଚ୍ୟାଲେଞ୍ଜ

Advertisment
କେର୍ଣ୍ଣ ବିବାଦରେ ପଛକୁ ହଟିବାକୁ ସରକାର ନାରାଜ, ଆନ୍ତର୍ଜାତିକ ଟ୍ରିବ୍ୟୁନାଲ୍ ରାୟକୁ ଚ୍ୟାଲେଞ୍ଜ

Wikiwand

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ କେର୍ଣ୍ଣ ଏନର୍ଜି ଟିକସ ବିବାଦ ମାମଲାରେ ଏକ ଆନ୍ତର୍ଜାତିକ ଟ୍ରିବ୍ୟୁନାଲ୍ ଯେଉଁ ରାୟ ଦେଇଥିଲେ ତାହାକୁ ଭାରତ ସରକାର ଚ୍ୟାଲେଞ୍ଜ୍‌ କରିଛନ୍ତି। ଜାତୀୟ ଟିକସ ମାମଲାରେ କୌଣସି ମଧ୍ୟସ୍ଥତା ହେଉ ବୋଲି ଭାରତ ସରକାର କେବେବି ଚାହୁନଥିଲେ। ସେହି ଆଧାରରେ ଟ୍ରିବ୍ୟୁନାଲ୍‌ ରାୟକୁ ସରକାର ଚ୍ୟାଲେଞ୍ଜ କରିଛନ୍ତି। କେର୍ଣ୍ଣ ହେଉଛି ବ୍ରିଟେନ୍‌ର ଏକ ଶକ୍ତି କଂପାନି। ଭାରତରେ ଏହା ନିଜ ସଂସ୍ଥାର ମିଶ୍ରଣ କରିବା ବେଳେ କୌଣସି ଟିକସ ଦେଇନଥିଲା।

୨୦୧୨ରେ ସରକାର ଏକ ନିୟମ ଆଣିଥିଲେ ଯାହା ପୁରୁଣା କାରବାରରେ ଟିକସ ଲଗାଇବାର କ୍ଷମତା ସରକାରଙ୍କୂୁ ପ୍ରଦାନ କରିଥିଲା। ସେହି ନିୟମ ଆଧାରରେ କେର୍ଣ୍ଣ କାରବାର ଉପରେ ସରକାର ମୋଟା ଅଙ୍କର ଟିକସ ଲଗାଇଥିଲେ। କଂପାନି ଟିକସ ଦେବାକୁ ରାଜି ନହେବାରୁ କେର୍ଣ୍ଣର ଭାରତୀୟ ଶାଖା ସଂସ୍ଥାର ସେୟାରକୁ ସରକାର ଜବତ କରିବା ସହ ବିକ୍ରି କରିଥିଲେ। ଲାଭାଂଶ ଟଙ୍କା ଜବତ କରିଥିଲେ ଏବଂ ଟିକସ ରିଫଣ୍ଡ୍‌ ଦେଇନଥିଲେ। ଏହିଭଳି ଭାବେ କଂପାନି ଠାରୁ ୧୦ ହଜାର କୋଟିରୁ ଅଧିକ ଟଙ୍କା ଅସୁଲ କରାଯାଇଥିଲା। ଭାରତ ସରକାରଙ୍କ ଏହି ପଦ‌କ୍ଷେପ ବିରୋଧରେ କେର୍ଣ୍ଣ ଏନର୍ଜି ପକ୍ଷରୁ ହ୍ୟୁଗ୍‌ର ଆନ୍ତର୍ଜାତିକ ଟ୍ରିବ୍ୟୁନାଲ୍‌ରେ ମାମଲା ରୁଜୁ କରାଯାଇଥିଲା। ୨୦୨୦ ଡିସେମ୍ବରରେ ରାୟ କଂପାନି ସପକ୍ଷରେ ଯାଇଥିଲା। କେର୍ଣ୍ଣକୁ ୧୨୦ କୋଟି ଡଲାର ସୁଧ ସମେତ ଫେରସ୍ତ କରିବା ଲାଗି ଟ୍ରିବ୍ୟୁନାଲ୍‌ର ତିନି ଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠ ରାୟ ଶୁଣାଇଥିଲେ। ‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe