ଚନ୍ଦାଙ୍କ ୭୮ କୋଟିର ସମ୍ପତ୍ତି ଜବତ

ଚନ୍ଦାଙ୍କ ୭୮ କୋଟିର ସମ୍ପତ୍ତି ଜବତ

Image Courtesy of Zee News

ନୂଆଦିଲ୍ଲୀ: ଭିଡ଼ିଓକନ୍ ଗ୍ରୁପ୍‌କୁ ଋଣ ପ୍ରଦାନରେ ଅନିୟମତା ଅଭିଯୋଗରେ ଫସିଥିବା ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ତଥା ଏମ୍‌ଡିଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। କୋଚ୍ଚର ଓ ତାଙ୍କ ସ୍ବାମୀଙ୍କ କମ୍ପାନିର ୭୮ କୋଟି ଟଙ୍କାର ସମ୍ପତ୍ତି ଇଡି ଜବତ କରିଛି। ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ) ଅଧୀନରେ ଇଡି ପକ୍ଷରୁ ଏସବୁ ସମ୍ପତ୍ତିକୁ ଅସ୍ଥାୟୀ ଭାବେ ଜବତ କରାଯାଇଛି। ଜବତ ସମ୍ପତ୍ତି ତାଲିକାରେ ଚନ୍ଦାଙ୍କ ମୁମ୍ବାଇସ୍ଥି୍ତ ଆପାର୍ଟମେଣ୍ଟ୍‌ ଏବଂ ଦୀପକ କୋଚ୍ଚରଙ୍କ କମ୍ପାନିର କେତେକ ସମ୍ପତ୍ତି ରହିଛି।ଭେନୁଗୋପାଳ ଧୁତ୍‌ଙ୍କ ଭିଡ଼ିଓକନ ଗ୍ରୁପ୍‌କୁ ଆଇସିଆଇସିଆଇ ବ୍ୟାଙ୍କରୁ ଋଣ ପ୍ରଦାନ ମାମଲାରେ ଅନିୟମିତତା ଅଭିଯୋଗ ହୋଇଛି। ନିୟମ ବାହାରକୁ ଯାଇ ଚନ୍ଦା ଭିଡ଼ିଓକନ୍‌କୁ ପ୍ରାୟ ୩୨୫୦ କୋଟି ଟଙ୍କାର ଋଣ ମଞ୍ଜୁର କରିଛନ୍ତି ବୋଲି ଅଭିଯୋଗ କରାଯାଇଛି। ଚନ୍ଦାଙ୍କ ଏହି କାର୍ଯ୍ୟଦ୍ବାରା ସ୍ବାମୀ ଦୀପକ କୋଚ୍ଚର ଓ ତାଙ୍କ କମ୍ପାନି ନ୍ୟୁପାୱାର ରିନେୱେବଲ୍ସ ଉପକୃତ ହୋଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe