ଏନ୍‌ଆଇଆର୍‌ଏଫ୍‌ ରାଙ୍କିଙ୍ଗ୍‌: ୨୯ତମ ସ୍ଥାନରେ ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟ

ଏନ୍‌ଆଇଆର୍‌ଏଫ୍‌ ରାଙ୍କିଙ୍ଗ୍‌: ୨୯ତମ ସ୍ଥାନରେ ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟ

ଚଣ୍ଡିଗଡ଼ : କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ନ୍ୟାସନାଲ୍ ଇନଷ୍ଟିଚ୍ୟୁସନାଲ୍ ରୢାଙ୍କିଙ୍ଗ୍‌ ଫ୍ରେମ୍‌ୱର୍କ (ଏନ୍‌ଆଇଆର୍‌ଏଫ୍) ରୢାଙ୍କିଙ୍ଗ୍‌ ୨୦୨୨ରେ ୨୯ତମ ସ୍ଥାନରେ ରହିଛି ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟ। କନିଷ୍ଠତମ ବିଶ୍ବବିଦ୍ୟାଳୟ ଭାବେ ଏହା ଶ୍ରେଷ୍ଠ ୩୦ ମଧ୍ୟରେ ସ୍ଥାନ ପାଇଛି ବୋଲି ବିଶ୍ବବିଦ୍ୟାଳୟର କୁଳାଧିପତି ଏସ୍ ସତନାମ୍ ସିଂହ ସାନ୍ଧୁ କହିଛନ୍ତି।

କେବଳ ଏନ୍‌ଆଇଆର୍‌ଏଫ୍‌ ନୁହେଁ କୁଏସ୍ ୱାର୍ଲଡ୍, କ୍ୟୁଏସ୍ ଏସି୍ଆ ଓ ନାକ୍‌ରେ ମଧ୍ୟ ବିଶ୍ବବିଦ୍ୟାଳୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ସେ କହିଛନ୍ତି। ପଞ୍ଜାବ ଓ ତ୍ରିଚିରେ ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟ ସବୁ ବିଶ୍ବବିଦ୍ୟାଳୟ ମଧ୍ୟରେ ଦ୍ବିତୀୟ ସ୍ଥାନରେ ଥିବା ବେଳେ ଘରୋଇ ବିଶ୍ବବିଦ୍ୟାଳୟଗୁଡ଼ିକ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି। ଇଞ୍ଜିନିୟରିଂ ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟ ତୃତୀୟ ସ୍ଥାନରେ ରହିଥିବା ବେଳେ ପଞ୍ଜାବର ଘରୋଇ ଇଞ୍ଜିନିୟରିଂ ପ୍ରତିଷ୍ଠାନଗୁଡ଼ିକ ଭିତରେ ଦ୍ବିତୀୟ ସ୍ଥାନରେ ରହିଛି। ‌ଦେଶର ସବୁ ଇଞ୍ଜିନିୟରିଂ ବିଶ୍ବବିଦ୍ୟାଳୟ ମଧ୍ୟରେ ଏହା ୪୫ତମ, ମ୍ୟାନେଜମେଣ୍ଟ୍‌ରେ ୪୦ତମ ଓ ଆର୍କିଟେକ୍‌ରେ ୧୯ତମ ସ୍ଥାନରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe