ଭୁବନେଶ୍ବର : ନିକଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏନ୍ଆଇଆର୍ଏଫ୍ ରୢାଙ୍କିଙ୍ଗ୍ରେ ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟକୁ ୫୨ତମ ରୢାଙ୍କ ମିଳିଛି। ପଞ୍ଜାବରେ ଏହା ତୃତୀୟ ସ୍ଥାନରେ ରହିଛି। ଉତ୍ତର ଭାରତର ଘରୋଇ ଇଞ୍ଜିନିୟରିଂ ବିଶ୍ବବିଦ୍ୟାଳୟ ଭିତରେ ଏହା ପ୍ରଥମ ସ୍ଥାନରେ ରହିଥିବା ବେଳେ ସାରା ଭାରତରେ ୬୧ତମ ସ୍ଥାନରେ ରହିଛି ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। ବିଶ୍ବବିଦ୍ୟାଳୟର ବି-ସ୍କୁଲ ଭାରତର ଶ୍ରେଷ୍ଠ ୫୦ଟି ମ୍ୟାଜେମେଣ୍ଟ୍ ସ୍କୁଲ୍ ମଧ୍ୟରେ ସ୍ଥାନ ପାଇଛି। ଏହାର ଆର୍କିଟକ୍ଚର୍ କଲେଜ ୧୬ତମ ସ୍ଥାନରେ ରହିଛି। ଏହି ଅବସରରେ ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟର କୁଳାଧିପତି ସତନାମ୍ ସିଂହ ସାନ୍ଧୁ କହିଛନ୍ତି ଯେ ଶୁଭାରମ୍ଭ ହେବା ଦିନଠାରୁ ଆମେ ବିଶ୍ବସ୍ତରୀୟ ତଥା ଗୁଣାତ୍ମକ ଶିକ୍ଷାଦାନ ଲାଗି ପ୍ରତିବଦ୍ଧ ରହିଛୁ। ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟକୁ ଉଚ୍ଚ ଶିକ୍ଷାର ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବାରେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଫାକଲ୍ଟି, ଆଲୁମିନି ଓ ଶିଳ୍ପ ଆଦି ସମସ୍ତ ଅଂଶୀଦାରଙ୍କ ଅବଦାନ ରହିଛି ବୋଲି ସେ କହିଛନ୍ତି।
ଏନ୍ଆଇଆର୍ଏଫ୍ ରାଙ୍କିଙ୍ଗ୍ରେ ୫୨ତମ ସ୍ଥାନରେ ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟ
Advertisment
Follow Us