ଜିଏସ୍‌ଟି ସ୍ଲାବ୍‌ରେ ପରିବର୍ତ୍ତନ, ୫% ସ୍ଥାନରେ ଆଦାୟ ହେବ ୬% ଜିଏସ୍‌ଟି!

Advertisment
ଜିଏସ୍‌ଟି ସ୍ଲାବ୍‌ରେ ପରିବର୍ତ୍ତନ, ୫% ସ୍ଥାନରେ ଆଦାୟ ହେବ ୬% ଜିଏସ୍‌ଟି!

ନୂଆଦିଲ୍ଲୀ: ସରକାର ନିକଟ ଭବିଷ୍ୟତରେ ଜିଏସ୍‌ଟି ସ୍ଲାବ୍‌ରେ ପରିବର୍ତ୍ତନ ଆଣିବା ଯୋଜନା ରଖିଛନ୍ତି। ଆଶାନୁରୂପ ଜିଏସଟି ଆଦାୟ ହୋଇପାରୁନାହିଁ। ଏଥିଯୋଗୁ କେନ୍ଦ୍ର ସରକାରଙ୍କ ଟିକସ ରାଜସ୍ବ ପ୍ରଭାବିତ ହେଉଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଜିଏସଟି ସ୍ଲାବ୍‌ରେ ପରିବର୍ତ୍ତନ କରିବା ଯୋଜନା ରଖିଛନ୍ତି। ବିଶେଷକରି ଖାଦ୍ୟ, ଚପଲ ଏବଂ ପୋଷାକ ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରୁ ୫ ପ୍ରତିଶତ ହାରରେ ଜିଏସ୍‌ଟି ଆଦାୟ ହେଉଛି। ତେଣୁ ଏଗୁଡ଼ିକର ଜିଏସ୍‌ଟି ହାରରେ ୧ ପ୍ରତିଶତ ବୃଦ୍ଧି କରାଯାଇ ୬ ପ୍ରତିଶତ କରାଗଲେ ସରକାର ମାସକୁ ପ୍ରାୟ ଅଧିକ ୧ ହଜାର କୋଟି ଟଙ୍କାର ଅତିରିକ୍ତ ରାଜସ୍ବ ପାଇବା ଆଶା ରଖିଛନ୍ତି। ୫ ପ୍ରତିଶତ ବର୍ଗରେ ଥିବା ସାମଗ୍ରୀ ଉପରୁ ଯେତିକି ରାଜସ୍ବ ମିଳୁଛି ତାହା ମୋଟ ଜିଏସଟି ରାଜସ୍ବର ପ୍ରାୟ ୫ ପ୍ରତିଶତ। ସରକାର ମାସିକ ୧ ଲକ୍ଷ ୧୮ ହଜାର କୋଟି ଟଙ୍କା ଜିଏସଟି ଆଦାୟ କରିବାକୁ ଲକ୍ଷ୍ୟ ରଖିଥିଲେ ମଧ୍ୟ ଏହି ଲକ୍ଷ୍ୟ ହାସଲ ହୋଇପାରୁନାହିଁ।

publive-image

ଏକ ରିପୋର୍ଟ ଅନୁଯାୟୀ, ଆସନ୍ତା ୧୮ ତାରିଖରେ ଜିଏସଟି ପରିଷଦ ବୈଠକ ହେବ। ସେହି ବୈଠକରେ ଜିଏସଟି ରାଜସ୍ବ ବୃଦ୍ଧି ସମ୍ପର୍କରେ ଆଲୋଚନା ହେବାର ସମ୍ଭାବନା ରହିଛି। ଯଦି ଏହା ହୁଏ ତାହେଲେ ୬ ପ୍ରତିଶତ ବର୍ଗରେ ଯେଉଁ ଜିଏସଟି ଆଦାୟ ହେଉଛି ସେଥିରୁ କେନ୍ଦ୍ର ସରକାର ୩ ପ୍ରତିଶତ ଏବଂ ରାଜ୍ୟ ସରକାର ୩ ପ୍ରତିଶତ ଟିକସ ରାଜସ୍ବ ପାଇବେ। ବର୍ତ୍ତମାନ ଜିଏସଟି ଅଧୀନରେ ୪ଟି ସ୍ଲାବ୍ ରହିଛି। ସେଗୁଡ଼ିକ ହେଲା ୫ ପ୍ରତିଶତ, ୧୨ ପ୍ରତିଶତ, ୧୮ ପ୍ରତିଶତ ଏବଂ ୨୮ ପ୍ରତିଶତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe