ଶିଳ୍ପ ପରିବେଶ ବଦଳିବା ଦରକାର: ସୋଫିଆ

ଶିଳ୍ପ ପରିବେଶ ବଦଳିବା ଦରକାର: ସୋଫିଆ

ସୋଫିଆ ଫିରଦୋସ୍‌ ହେଉଛନ୍ତି ରାଜ୍ୟ ରିଅଲ ଇଷ୍ଟେଟ୍‌ ଜଗତର ଖ୍ୟାତନାମା ସଂସ୍ଥା ‘ମେଟ୍ରୋ ବିଲଡର୍‌ସ ଓଡ଼ିଶା ପ୍ରାଇଭେଟ୍‌ ଲିମିଟେଡ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା। ତାଙ୍କ ସହ ସାକ୍ଷାତକାରକୁ ଏଠାରେ ଉପସ୍ଥାପନ କରାଯାଇଛି:

ରାଜ୍ୟର ବର୍ତ୍ତମାନ ଶିଳ୍ପ ବାତାବରଣକୁ କିଭଳି ଦେଖୁଛନ୍ତି?
ଓଡ଼ିଶା ଶିଳ୍ପ ବିକାଶରେ ବହୁ ପଛରେ ପଡିଛି। ସରକାର, କର୍ପୋରେଟ ହାଉସ୍‌ ମଧ୍ୟରେ ସୁସଂପର୍କ ଓ ସହଯୋଗ ରହୁନାହିଁ। ଅନେକ କ୍ଷେତ୍ରରେ ଶିଳ୍ପ ସଂସ୍ଥା ଓଡ଼ିଶା ଛାଡି ବାହାର ରାଜ୍ୟକୁ ପସନ୍ଦ କରୁଛନ୍ତି। ଏଭଳି ସ୍ଥିତି ବଦଳିବା ଆବଶ୍ୟକ।
ରିଅଲ୍‌ ଇଷ୍ଟେଟ୍‌ ଭଳି ପୁରୁଷ ପ୍ରାଧାନ୍ୟ ବ୍ୟବସାୟରେ ଆପଣ ପାଦ ଦେଇଛନ୍ତି। କିଭଳି ସଫଳ ହେବେ ବୋଲି ଆଶା କରୁଛନ୍ତି?
ଜଣେ ମହିଳା ସଫଳ ଭାବେ ଘର ଚଳାଇ ପାରୁଛି। ଗୋଟିଏ ସଂସ୍ଥା କାହିଁକି ଚଳାଇ ପାରିବନି? ରିଅଲ୍‌ ଇଷ୍ଟେଟ୍‌ ବ୍ୟବସାୟକୁ ମୁଁ ବହୁ ପାଖରୁ ଦେଖିଛି। ମୁଁ ପ୍ରତିଟି କ୍ଷେତ୍ରରେ ସମସ୍ତଙ୍କ ସହଯୋଗ ପାଉଛି। ତେଣୁ ସଫଳ ହେବାରେ ମୋର କୌଣସି ଆଶଙ୍କା ନାହିଁ। ତା’ ଛଡା ରିଅଲ୍‌ ଇଷ୍ଟେଟ୍‌ ବ୍ୟବସାୟରେ ମୁଁ କେବଳ ଧନୀକଙ୍କ ପାଇଁ ସୁଯୋଗରେ ସୀମିତ ନରଖି ଏଥିରୁ ନିମ୍ନ ଏବଂ ନିମ୍ନ ମଧ୍ୟବିତ୍ତ କିପରି ସୁଯୋଗ ପାଇ ପାରିବେ ସେ ଦିଗରେ ଉଦ୍ୟମ କରୁଛି।
ଓଡ଼ିଶାରେ କେଉଁ କ୍ଷେତ୍ରରେ ଶିଳ୍ପାୟନର ଅଧିକ ସୁଯୋଗ ରହିଛି?
ଓଡ଼ିଶା ହେଉଛି ସୌନ୍ଦର୍ଯ୍ୟର ରାଜ୍ୟ। ଏଠି ସୁଦୀର୍ଘ ବେଳାଭୂମି ରହିଛି। ଖଣି, ଜଙ୍ଗଲ, ପରିବେଶ ସଂପଦ ରହିଛି। ପର୍ଯ୍ୟଟନ ଶିଳ୍ପର ସବୁଠୁ ଅଧିକ ବିକାଶର ସୁଯୋଗ ରହିଛି। ତା’ ଛଡା କୃଷି ଭିତ୍ତିକ ଉଦ୍ୟୋଗ ବିକାଶକୁ ସରକାର ପ୍ରୋତ୍ସାହିତ କଲେ ତା’ର ବି ସୁଯୋଗ ରହିଛି। ଏଥିପାଇଁ ସରକାରୀ ସ୍ତରରେ ଭିତ୍ତିଭୂମି ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe