ଜୁଲାଇ ୧ରୁ ଲାଗୁ ହେବ ଏସବୁ ନୂଆ ନିୟମ

fc1675bb-d581-41cf-9f57-fd8dc38d34ed

ନୂଆଦିଲ୍ଲୀ: ଜୁଲାଇ ମାସ ଆରମ୍ଭ ହେବାକୁ ଯାଉଛି। ୨୦୨୫ ଜୁଲାଇ ୧ ରୁ ଏପରି କିଛି ନିୟମ ଲାଗୁ ହେବାକୁ ଯାଉଛି, ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ପକେଟ ଉପରେ ପଡ଼ିବ ବୋଲି କୁହାଯାଉଛି। 

ତେବେ ଆସନ୍ତୁ ଜୁଲାଇ ୧ରୁ କେଉଁ ନୂଆ ନିୟମ ସବୁ ଲାଗୁ ହେବାକୁ ଯାଉଛି ସେ ବିଷୟରେ ଜାଣିବା। ଆଗାମୀ ମାସରୁ ରେଳ ଟିକେଟ ମହଙ୍ଗା ହୋଇଯିବ, ତତକାଳ ଟିକେଟ ବୁକିଂ ପାଇଁ ନିୟମ ମଧ୍ୟ ପରିବର୍ତ୍ତନ ହେବ। ଏହା ବ୍ୟତୀତ, ପାନ୍ ତିଆରି କରିବା ସହ ଜଡିତ ପ୍ରକ୍ରିୟା ପରିବର୍ତ୍ତନ ହେବ ଏବଂ କିଛି ବ୍ୟାଙ୍କ ଏଟିଏମ ଏବଂ କ୍ରେଡିଟ୍ କାର୍ଡ ସହ ଜଡିତ ନୂତନ ନିୟମ ମଧ୍ୟ ଜୁଲାଇ ୧ରୁ ଲାଗୁ ହୋଇଯିବ।

ଜୁଲାଇ୧ ରୁ ରେଳ ଟିକେଟର ମୂଲ୍ୟ ବୃଦ୍ଧି ପାଇବ।  ଏସି ଏବଂ ନନ୍-ଏସି ଉଭୟ ଟିକେଟର ମୂଲ୍ୟ ସାମାନ୍ୟ ବୃଦ୍ଧି କରାଯାଇଛି। ନନ୍-ଏସି କ୍ଲାସର ଭଡ଼ା ପ୍ରତି କିଲୋମିଟରରେ ୧ ପଇସା ଏବଂ ଏସି କ୍ଲାସର ଭଡ଼ା ପ୍ରତି କିଲୋମିଟରରେ ୨ ପଇସା ବୃଦ୍ଧି କରାଯାଇଛି। 

ଜୁଲାଇ ୧ରୁ ତତ୍କାଳ ଟିକେଟ୍ ବୁକିଂ କରିବା ପାଇଁ ଆଇଆରସିଟିସି ଆକାଉଣ୍ଟକୁ ଆଧାର ସହିତ ଲିଙ୍କ୍ କରିବା ବାଧ୍ୟତାମୂଳକ ହେବ। 

ଜୁଲାଇ ୧ରୁ ଟିକେଟ୍ ବୁକ୍ କରିବା ସମୟରେ ଆଧାର ସହିତ ଲିଙ୍କ୍ ହୋଇଥିବା ମୋବାଇଲ୍ ନମ୍ବରରେ ପ୍ରାପ୍ତ ଓଟିପି ପ୍ରବେଶ କରିବାକୁ ପଡିବ। ଓଟିପି ପୂରଣ ନହେଲେ ଟିକେଟ୍ ବୁକ୍ ହୋଇ ପାରିବ ନାହିଁ। ତତ୍କାଳ ବୁକିଂ ଆରମ୍ଭ ହେବାର ୩୦ ମିନିଟ୍ ପୂର୍ବରୁ ଏଜେଣ୍ଟମାନେ ଆଉ ଟିକେଟ୍ ବୁକ୍ କରିପାରିବେ ନାହିଁ।

ଜୁଲାଇ ୧ରୁ, ପାନ୍ କାର୍ଡ ତିଆରି କରିବା ପାଇଁ ଆଧାର କାର୍ଡ ରହିବା ବାଧ୍ୟତାମୂଳକ ହେବ। ଏହା ସହିତ, ପାନ୍ କାର୍ଡ ଏବଂ ଆଧାର କାର୍ଡ ଲିଙ୍କ୍ କରିବାର ଶେଷ ତାରିଖ ୨୦୨୫ ଡିସେମ୍ବର ୩୧ ତାରିଖ ସ୍ଥିର କରାଯାଇଛି।

ସେହିପରି ଜୁଲାଇ ୧ରୁ ଏଚଡିଏଫସି ବ୍ୟାଙ୍କର କ୍ରେଡିଟ୍ କାର୍ଡ ସହିତ ଜଡିତ ନିୟମ ମଧ୍ୟ ପରିବର୍ତ୍ତନ ହେବ। ଥାର୍ଡ ପାର୍ଟ ଆପ୍ ମାଧ୍ୟମରେ ଏଚଡିଏଫସି କ୍ରେଡିଟ୍ କାର୍ଡ ପେମେଣ୍ଟ କରିବା ପାଇଁ ଲୋକଙ୍କୁ ୧ ପ୍ରତିଶତ ଚାର୍ଜ ଦେବାକୁ ପଡିବ। ଏହି ସମୟରେ, ୟୁଟିଲିଟି ବିଲ୍ ପେମେଣ୍ଟ ଉପରେ ମଧ୍ୟ ଚାର୍ଜ ଲାଗୁ ହେବ।

ଜୁଲାଇ ୧ରୁ ଆଇସିଆଇସିଆଇ ବ୍ୟାଙ୍କର ଏଟିଏମ ସହିତ ଜଡିତ ନିୟମ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ଏବେ ଗ୍ରାହକମାନଙ୍କ ପାଇଁ ଏହି ବ୍ୟାଙ୍କର ଏଟିଏମ ବ୍ୟବହାର କରିବା ମହଙ୍ଗା ହୋଇପାରେ। 

ନୂତନ ନିୟମ ଅନୁଯାୟୀ, ସୀମାଠାରୁ ଅଧିକ ଟଙ୍କା ଉଠାଇବା ପାଇଁ ପ୍ରତି ଟ୍ରାନଜାକସନରେ ୨୩ ଟଙ୍କା ଶୁଳ୍କ ଲାଗୁ ହେବ। ଆର୍ଥାତ ଏଟିଏମରେ ୫ଟି ମାଗଣା ଟ୍ରାନଜାକସନ ଉପଲବ୍ଧ ହେବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe