ଇଟାଲିରେ ଚାଟ୍‌ଜିପିଟି ନିଷିଦ୍ଧ: ୨୦ ନିୟୁତ ୟୁରୋ ଜରିମାନା ଲାଗିପାରେ

Advertisment
ଏଆଇ ଦୌଡ଼ରେ ରୁଷ୍‌ ସାମିଲ: ଚାଟ୍‌ଜିପିଟିର ତଦନ୍ତ କରିବ ୟୁରୋପୀୟ ସଂଘ

euraildirect.com

ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତ୍ତା‌ ବା ଏଆଇର ଶକ୍ତିକୁ ବ୍ୟବହାର କରି ପ୍ରସ୍ତୁତ କରାଯାଇଥିବା ଚାଟ୍‌ଜିପିଟିର ଅଡ଼ୁଆ ବଢ଼ିବାରେ ଲାଗିଛି। ଟେସ୍‌ଲାର ମୁଖ୍ୟ ଏଲନ୍‌ ମସ୍କଙ୍କ ସମେତ ବିଶ୍ବର ୧୦୦୦ ବିଶେଷଜ୍ଞ ଏହାକୁ ଘୋର ବିରୋଧ କରି ତୁରନ୍ତ ପରୀକ୍ଷାନିରୀକ୍ଷା ବନ୍ଦ କରିବାକୁ ଦାବି କରିଥିଲେ। ଏହା ପରେ ଚାଟ୍‌ଜିପିଟି ବିରୋଧରେ ଆମେରିକାର ଫେଡେରାଲ୍ ଟ୍ରେଡ୍ କମିସନଙ୍କ ନିକଟରେ ଅଭିଯୋଗ ଦାଖଲ ହୋଇଥିଲା। ଏବେ ଚାଟ୍‌ଜିପିଟିକୁ ଇଟାଲି ନିଷିଦ୍ଧ ଘୋଷଣା କରିଛି। ଏହା ପୂର୍ବରୁ ଇରାନ, ଚୀନ୍‌, ଉତ୍ତର କୋରିଆ ଓ ରୁଷିଆରେ ତାହା ନିଷିଦ୍ଧ ଥିଲା। ଇଟାଲିର ଡାଟା ସୁରକ୍ଷା କର୍ତ୍ତୃପକ୍ଷ ଚାଟ୍‌ଜିପିଟିକୁ ନିଷିଦ୍ଧ ଘୋଷଣା କରିବା ପରେ ଏହାକୁ ବିକାଶ କରିଥିବା ସଂସ୍ଥା ଓପନ୍‌ଏଆଇ ବିରୋଧରେ ତଦନ୍ତ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଏହା କିଛି ନିର୍ଦିଷ୍ଟ ପ୍ରଶ୍ନ କରିଛି। ତାହାର ଉତ୍ତର ୨୦ ଦିନ ଭିତରେ ଦେବାକୁ ଓପନ୍‌ଏଆଇକୁ କୁହାଯାଇଛି। ସନ୍ତୋଷଜନକ ଉତ୍ତର ନଦେଲେ କଂପାନି ଉପରେ ୨୦ ନିୟୁତ ୟୁରୋପ ଜରିମାନା ଲାଗୁ କରାଯିବ।

ଚାଟ୍‌ଜିପିଟି ହେଉଛି ବିଲ୍‌ ଗେଟ୍‌ସଙ୍କ କଂପାନି ମାଇକ୍ରୋସଫ୍ଟ ଦ୍ବାରା ସମର୍ଥିତ ଆମେରିକାର ଷ୍ଟାର୍ଟଅପ୍‌ ସଂସ୍ଥା ଓପନ୍‌ଏଆଇ ବିକାଶ କରିଥିବା ଏକ ଏଆଇ ଚାଟ୍‌ବଟ୍‌। ତାହାକୁ ଯାହା ପଚାରିଲେ ସେ ତାହାର ଉତ୍ତର ଦେଇପାରୁଛି। କୃତ୍ରିମ ବୁଦ୍ଧିମତାର ଶକ୍ତି ଥିବାରୁ ତାହା ମଣିଷ ବ୍ୟବହାର କରୁଥିବା ଭାଷାରେ ଉତ୍ତର ଦେଇ ବେଶ ଲୋକପ୍ରିୟ ହୋଇପାରିଛି। ତେବେ ଏହା ମଣିଷର ସୃଜନଶୀଳତାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବ ଓ ବହୁ ଚାକିରି ନେଇଯିବ ବୋଲି ଆଶଙ୍କା କରାଯାଉଥିବାରୁ ତାହାର ପ୍ରୟୋଗକୁ ତୁରନ୍ତ ବନ୍ଦ କରିବା ଲାଗି ଦାବି ହେଉଛି। ଏଅାଇ ଦ୍ବାରା ବ୍ୟାପକ ଭାବେ ମିଥ୍ୟା ପ୍ରଚାର ହେବାର ବିପଦ ମଧ୍ୟ ରହିଛି। ବର୍ତ୍ତମାନ ସୁଦ୍ଧା ଏହା କେବଳ ପ୍ରଶ୍ନର ଉତ୍ତର ଦେବା ଭିତରେ ସୀମିତ ରହିଛି। କିନ୍ତୁ ଓପନ୍‌ଏଆଇ ଚାଟ୍‌ଜିପିଟିର ଆହୁରି ଉନ୍ନତ ଭର୍ସନ ଆଣିବା ଉପରେ ପରୀକ୍ଷାନିରୀକ୍ଷା ଜାରି ରଖିଛି। ୨୦୨୨ ନଭେମ୍ବରରେ ଆବିର୍ଭାବ ହୋଇଥିବା ଚାଟ୍‌ଜିପିଟିକୁ ବିଶ୍ବବ୍ୟାପୀ କୋଟି କୋଟି ଲୋକ ବ୍ୟବହାର କରୁଛନ୍ତି।
ଟେସ୍‌ଲା ମୁଖ୍ୟ ଏଲନ୍ ମସ୍କଙ୍କ ମତରେ ଯେଉଁ ବେଗରେ ଏଆଇକୁ ନେଇ ପରୀକ୍ଷାନିରୀକ୍ଷା ଚାଲିଛି ତାହା ମାନବ ସମାଜ ପାଇଁ ସବୁଠୁ ବଡ଼ ବିପଦ ହେବ। କାରଣ ତାହା ନିୟନ୍ତ୍ରଣ ବାହାରକୁ ଚାଲିଯିବ ଯାହାକୁ ମଣିଷ ନିଜ ନିୟନ୍ତ୍ରଣକୁ ଆଣିବା ସହଜ ହେବନାହିଁ। ଗୋଟିଏ ପଟେ ଇଟାଲିରେ ଚାଟ୍‌ଜିପିଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା ବେଳେ ତାହାର ଅଗ୍ରଗତି ଉପରେ ୟୁରୋପୀୟ ସଂଘ ନଜର ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe