ସୁଲଭ ମୂଲ୍ୟ ଦୋକାନରେ ମିଳିବ ଛୋଟ ଏଲ୍‌ପିଜି ସିଲିଣ୍ଡର

୫ ବର୍ଷରେ ଏଲ୍‌ପିଜି ଦୁଇଗୁଣା ମହଙ୍ଗା

Business Line

ନୂଆଦିଲ୍ଲୀ: ସୁଲଭ ମୂଲ୍ୟ ଦୋକାନଗୁଡ଼ିକୁ ଛୋଟ ଏଲ୍‌ପିଜି ସିଲିଣ୍ଡର ବିକ୍ରି କରିବା ଅନୁମତି ଦେବା ବିଷୟରେ କେନ୍ଦ୍ର ସରକାର ବିଚାର କରଛନ୍ତି। ଏନେଇ ରାଜ୍ୟ ଓ ‌ତୈଳ କଂପାନିଗୁଡ଼ିକ ସହ କେନ୍ଦ୍ର ସରକାର ଆଲୋଚନା କରିଛନ୍ତି ବୋଲି ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି। ସୁଲଭ ମୂଲ୍ୟ ଦୋକାନଗୁଡ଼ିକୁ ଆର୍ଥିକ ସ୍ତରରେ ସୁଦୃଢ଼ କରିବା ଲାଗି ସରକାର ଯେଉଁ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି ଏହା ହେଉଛି ତାହାର ଏକ ଅଂଶ। ସୁଲଭ ମୂଲ୍ୟ ଦୋକାନଗୁଡ଼ିକୁ ‌ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ର ମେରୁଦଣ୍ଡ ଭାବେ ବିଚାର କରାଯାଉଛି। ସେମାନଙ୍କୁ ବୀମା ଉତ୍ପାଦ ଓ ଆର୍ଥିକ ସେବା ଉତ୍ପାଦ ଆଦି ଯୋଗାଇବା ଅନୁମତି ପ୍ରଦାନ କରାଯିବ ବୋଲି ମଧ୍ୟ କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe