‘ଚେକ୍‌ଫେକ୍‌’ : ଏହି ଆପ୍‌ ଜରିଆରେ ସୁବିଧାରେ ପରଖି ପାରିବେ ଟଙ୍କା ଅସଲି କି ନକଲି !

Advertisment
‘ଚେକ୍‌ଫେକ୍‌’ : ଏହି ଆପ୍‌ ଜରିଆରେ ସୁବିଧାରେ ପରଖି ପାରିବେ ଟଙ୍କା ଅସଲି କି ନକଲି !

ନୂଆଦିଲ୍ଲୀ: ନିକଟରେ ନକଲି ନୋଟ କାରବାରକୁ ନେଇ ଅନେକ ମାମଲା ସାମ୍ନାକୁ ଆସିଛି। ନକଲି ନୋଟଗୁଡ଼ିକୁ ଏଭଳି ଭାବେ ପ୍ରସ୍ତୁତ କରାଯାଉଛି ଯେ ସେଗୁଡ଼ିକ ଦେଖିବାକୁ ଅବିକଳ ଅସଲି ଟଙ୍କା ଭଳି । ତେବେ ଏହାକୁ ଦୃଷ୍ଟିରେ ରଖି ଅନ୍‌ଲାଇନ୍‌ କମ୍ପାନି ଚେକ୍‌ଫେକ୍‌ ବ୍ରାଣ୍ଡ ପ୍ରୋଟେକ୍‌ସନ୍‌ ସିଷ୍ଟମ ପ୍ରାଇଭେଟ ଲିମିଟେଡ ଏକ ଆପ୍‌ ଲଞ୍ଚ କରିଛି। ଏହି ଆପ୍‌ର ନାମ ‘ଚେକ୍‌ଫେକ୍‌’ ରଖାଯାଇଛି।

publive-image

‘ଚେକ୍‌ଫେକ୍‌’ ଆପ୍‌ ଜରିଆରେ ବିଶ୍ୱର କୌଣସି ମୁଦ୍ରା ଅସଲି କି ନକଲି ତାହା ସୁବିଧାରେ ଯାଞ୍ଚ କରା ଯାଇ ପାରିବ। ଚେକ୍‌ଫେକ୍‌ ନିର୍ଦ୍ଦେଶକ ଓ ମହାସଂସ୍ଥାପକ ତନ୍ମୟ ଜୟସଓ ଏହି ପ୍ରସଙ୍ଗରେ କହନ୍ତି, ‘ଚେକ୍‌ଫେକ୍‌ ଏକ ଅନ୍‌ଲାଇନ୍‌ ପ୍ଲାଟଫର୍ମ’। ଏଥିରେ ବିଶ୍ୱର କୌଣସି ବି ସ୍ଥାନରେ ପ୍ରଚଳିତ ମୁଦ୍ରା ଯାଞ୍ଚ କରାଯାଇ ପାରିବ। ଏହି ଆପ୍‌ ଆଇଓଏସ୍‌ ଓ ଆଣ୍ଡ୍ରୋଏଡରେ ନିଶୁଳ୍କ ଉପଲବ୍ଧ ହେବ। ବର୍ତ୍ତମାନ ସମୟରେ ବିଶ୍ୱସ୍ତରର ନକଲି ନୋଟ ପାଖାପାଖି ୧୭୦ ଅରବ ଡଲାର ରହିଛି। ‘ଚେକ୍‌ଫେକ୍‌’ ଆପ୍‌ ବିଦେଶୀ ଯାତ୍ରୀଙ୍କୁ ମଧ୍ୟ ନକଲି ନୋଟ ଚିହ୍ନିବାରେ ସାହାଯ୍ୟ କରିବ। ଫଳରେ ନକଲି ନୋଟକୁ ନେଇ ହେଉଥିବା କାରବାର କିଛି ମାତ୍ରାରେ ହ୍ରାସ ପାଇ ପାରିବ।

publive-image

ଉଲ୍ଲେଖଯୋଗ୍ୟ, ରାଜଧାନୀର ଲାଲ କିଲ୍ଲା ଅଞ୍ଚଳରେ ନିକଟରେ ଜଣେ ବ୍ୟକ୍ତିକୁ ପୁଲିସ ଗିରଫ କରି ପାଖପାଖି ତିନିଲକ୍ଷ ଟଙ୍କାର ନକଲି ଟଙ୍କା ଜବତ କରିଥିଲା। ଜବତ ହୋଇଥିବା ସମସ୍ତ ଟଙ୍କା ୨୦୦୦ଟଙ୍କିଆ ଥିଲା ବୋଲି ସୂଚନା ମିଳିଥିଲା। ଗିରଫ ବ୍ୟକ୍ତିଙ୍କ ନାମ ନରେନ୍ଦ୍ର ଓ ବୟସ ୪୫ବର୍ଷ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe