ହ୍ଵାଟ୍‌ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର; କମ୍ପାନି ବାହାର କରିବାକୁ ଯାଉଛି ଏହି ସବୁ ଆକର୍ଷଣୀୟ ଫିଚର୍‌

Advertisment
ସାରା ବିଶ୍ୱରେ ଫରଓ୍ଵାର୍ଡ ମେସେଜ ସଂଖ୍ୟା ୫ରେ ସୀମିତ କଲା ହ୍ଵାଟ୍ସଆପ, ଗତବର୍ଷ ଭାରତରେ ଲାଗୁ ହୋଇସାରିଛି

ଗ୍ରାହକମାନଙ୍କୁ ଖୁସି କରାଇବାର ସୁଯୋଗ କେବେ ବି ହାତ ଛଡ଼ା କରେ ନାହିଁ ହ୍ଵାଟ୍‌୍‌ସଆପ୍‌। କିଛି ଦିନ ଅନ୍ତରରେ ଏକ ନୂଆ ଫିଚର୍‌ ଆଣିବାରେ ହ୍ଵାଟ୍‌ସଆପ ବେଶ୍‌ ଆଗରେ। ଆଗକୁ ହ୍ଵାଟ୍‌ସଆପ୍‌ ଆହୁରି କିଛି ଲୋକପ୍ରିୟ ଫିଚର୍‌ ନେଇ ଆସିବ ବୋଲି ଆଶା କରାଯାଉଛି।

ଏକ ନୂଆ ଫିଚର୍‌ ‘ରିପ୍ଲାଏ ପ୍ରାଇଭେଟ୍‌ଲି’ ଆରମ୍ଭ ହେବାକୁ ଯାଉଛି ବୋଲି ସୂଚନା ରହିଛି। ଏହି ଫିଚର୍‌ ଜରିଆରେ ବ୍ୟବହାରକାରୀମାନେ ଗ୍ରୁପ୍‌ ଭିତରେ ରହି ଜଣକୁ ଚାହିଁଲେ ବ୍ୟକ୍ତିଗତ ମେସେଜ୍‌ ପଠାଇ ପାରିବେ। ସେଠାରେ ‘ରିପ୍ଲାଏ ପ୍ରାଇଭେଟ୍‌ଲି’ ବୋଲି ଏକ ବିକଳ୍ପ ଉପଲବ୍ଧ ହେବ। ସେହି ବିକଳ୍ପ ଜରିଆରେ ଆପଣ ଚାହୁଁଥିବା ସଦସ୍ୟଙ୍କୁ ମେସେଜ୍‌ ପ୍ରେରଣ କରିପାରିବେ।

ହ୍ଵାଟ୍‌ସ୍‌ଆପ୍‌ ଖୁବ୍‌ ଶୀଘ୍ର ଫେସ୍‌ ଅନ୍‌ଲକ୍‌ ଫିଚର୍‌ ଆରମ୍ଭ କରିବାକୁ ଯାଉଛି। ଏହି ଫିଚର୍‌ ସୁରକ୍ଷା ସକାଶେ କରାଯିବ। ଖୁସିର କଥା ହେଉଛି ଏହି ଫିଚର୍‌କୁ ନେଇ କମ୍ପାନି କାମ ଆରମ୍ଭ କରି ଦେଲାଣି ବୋଲି ସୂଚନା ରହିଛି।

ଖୁବ୍‌ ଶୀଘ୍ର ହ୍ଵାଟ୍‌ସଆପ୍‌କୁ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ ସହ ସଂଯୋଗ କରିବା ପାଇଁ ଚିନ୍ତା କରୁଛି କମ୍ପାନି। ଏହା ବ୍ୟତୀତ ‘ଭ୍ୟାକେସନ୍‌’ ଓ ‘ସାଇଲେଣ୍ଟ ମୋଡ’ ନାମକ ଦୁଇଟି ଫିଚର୍‌ ବି ଆରମ୍ଭ ହେବାକୁ ଯାଉଛି। ‘ଭ୍ୟାକେସନ୍‌’ ଫିଚର୍‌ ଜରିଆରେ ଆରଖାକାଇଭ୍‌ ମେସେଜ୍‌ ପାଇଁ ଏକ ସ୍ୱତନ୍ତ୍ର ଶ୍ରେଣୀ ରହିବ। ‘ସାଇଲେଣ୍ଟ ମୋଡ’ ଫିଚର୍‌ରେ ଚାଟ୍‌କୁ ମିଉଟ୍‌ କରିବାର ସୁଯୋଗ ମିଳିବ।

‘ମିଡିଆ ପି୍ରଭିୟୁ ଇନ୍‌ ନୋଟିଫିକେସନ୍‌’ ଜରିଆରେ ଆପଣ ମେସେଜ୍‌ ବକ୍ସକୁ ନଯାଇ ବାହାରେ ମେସେଜ୍‌ ପଢ଼ିପାରିବେ। ଏପରି ଫିଚର୍‌ଟି ବି ଲଞ୍ଚ ହେବାର ଯୋଜନା ରହିଛି।

ଆଉ ଏକ ଫିଚର୍‌ର ନାମ ହେଉଛି ‘କନ୍‌ଜିକ୍ୟୁଟିଭ୍‌ ଭଏସ୍‌ ମେସେଜ୍‌’। ଏହା ଦ୍ୱାରା ଲମ୍ବା ମେସେଜ୍‌ ଟାଇପ୍‌ କରିବାକୁ ପସନ୍ଦ କରୁନଥିବା ବ୍ୟବହାରକାରୀ ଉପକୃତ ହେବେ। ଭଏସ୍‌ ମେସେଜ୍‌ ପଠାଇବା ପାଇଁ ନିର୍ଦ୍ଦିଷ୍ଟ ସମୟ ଭିତରେ ଆଉ ପ୍ଲେ ଆଉ ଏଣ୍ଡ୍‌ କରିବା ଦରକାର ପଡ଼ିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe