ଷ୍ଟର୍ଲିଂ ବା‌ୟୋଟେକ୍‌ର ମାଲିକ ସନ୍ଦସେରାଙ୍କୁ ପଳାତକ ଅର୍ଥନୈତିକ ଅପରାଧୀ ଘୋଷଣା

ଷ୍ଟର୍ଲିଂ ବା‌ୟୋଟେକ୍‌ର ମାଲିକ ସନ୍ଦସେରାଙ୍କୁ ପଳାତକ ଅର୍ଥନୈତିକ ଅପରାଧୀ ଘୋଷଣା

The Economic Times

ନୂଆଦିଲ୍ଲୀ: ବ୍ୟାଙ୍କ ଋଣ ଠକେଇ ମାମଲାରେ ଷ୍ଟର୍ଲିଂ ବା‌ୟୋଟେକ୍‌ର ମାଲିକ ନିତୀନ ସନ୍ଦସେରା, ଚେତନ ସନ୍ଦସେରା, ଦୀପ୍ତି ସନ୍ଦସେରା ଓ ହିତେଶ ପଟେଲ୍‌ଙ୍କୁ ଏକ ସ୍ଥାନୀୟ କୋର୍ଟ ପଳାତକ ଅର୍ଥନୈତିକ ଅପରାଧୀ ଘୋଷଣା କରିଛନ୍ତି। ତାଙ୍କ ନାମରେ ଦେଶବିଦେଶରେ ଥିବା ସମ୍ପତ୍ତିଗୁଡ଼ିକ ଜବତ କରିବା ଲାଗି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପଦକ୍ଷେପ ନେଇପାରିବ ବୋଲି କୋର୍ଟ ଅନୁମତି ଦେଇଛନ୍ତି।

publive-image DNA

ଏହି ଚାରି ଅଭିଯୁକ୍ତଙ୍କୁ ପଳାତକ ଅର୍ଥନୈତିକ ଅପରାଧୀ ଘୋଷଣା କରିବା ଲାଗି ଇଡି ତରଫରୁ ଅତିରିକ୍ତ ସଲିସିଟର ଜେନେରାଲ୍ ଏସ୍‌ ଭି ରାଜୁ ଓ ସ୍ବତନ୍ତ୍ର ଆଇନଜୀବୀ ନିତେଶ ରାଣା ଦାବି କରିଥିଲେ। ଏହି ମାମଲାର ଶୁଣାଣି ବେ‌ଳେ ବିଚାରପତି କହିଥିଲେ ଯେ ଯାହା ଜଣାପଡ଼ୁଛି ଅପରାଧିକ ମାମଲା ପ୍ରକ୍ରିୟାରୁ ବଞ୍ଚିବା ଲାଗି ଅଭିଯୁକ୍ତମାନେ ଭାରତ ଛାଡ଼ି ଚାଲିଯାଇଛନ୍ତି। ସେମାନେ ଜାଣିଶୁଣି ଦେଶକୁ ଫେରୁନାହାନ୍ତି। ତେଣୁ ସେମାନଙ୍କୁ ପଳାତକ ଅର୍ଥନୈତିକ ଅପରାଧୀ ଭାବେ ଘୋଷଣା କରିବାରେ ମୋର କୌଣସି ସଙ୍କୋଚ ନାହିଁ ବୋଲି କୋର୍ଟ କହିଛନ୍ତି। ସନ୍ଦସେରାମାନେ ଭାରତ ଛାଡ଼ିବା ପରେ ନାଇଜେରିଆରେ ବସବାସ କରୁଥିବା ଜଣାପଡ଼ିଛି। ସେଠାରେ ସେମାନେ ଅଶୋଧିତ ତେଲ ଉତ୍ପାଦନ କାରବାରରେ ସକ୍ରିୟ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe