ଚିଦମ୍ବରମ୍‌ଙ୍କ ନଜରରେ ମନମୋହନ ବନାମ ମୋଦୀ

Advertisment
ଚିଦମ୍ବରମ୍‌ଙ୍କ ନଜରରେ ମନମୋହନ ବନାମ ମୋଦୀ

The Financial Express

ନୂଆଦିଲ୍ଲୀ: ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍ ଉପା ଓ ଏନଡିଏ ସରକାରଙ୍କ ଅମଳରେ ଅର୍ଥନୀତି ପ୍ରଦର୍ଶନର ତୁଳନାତ୍ମକ ଚିତ୍ର ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦୧୪-୧୯ ପର୍ଯ୍ୟନ୍ତର ପ୍ରଦର୍ଶନ ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ୨୦୦୯-୨୦୧୪ ପର୍ଯ୍ୟନ୍ତର ପ୍ରଦର୍ଶନକୁ ସେ ତୁଳନା କରିଛନ୍ତି। ପନ୍ଦରଟି ପ୍ରମୁଖ ମାନଦଣ୍ଡ ଆଧାରରେ ଏହି ତୁଳନାତ୍ମକ ଚିତ୍ର ପ୍ରଦାନ କରାଯାଇଛି। ଚିଦମ୍ବରମ୍ ଜଣାଇଛନ୍ତି ଯେ ୧୫ଟି ମାନଦଣ୍ଡ ମଧ୍ୟରୁ ୧୧ଟିରେ ମନମୋହନ ସିଂହଙ୍କ ସରକାର ଭଲ ପ୍ରଦର୍ଶନ କରିଛି। ସେ ଯେଉଁ ମାନଦଣ୍ଡଗୁଡ଼ିକ ବିଷୟରେ ଉଲ୍ଲେଖ କରିଛନ୍ତି ତାହା ଗ୍ରାହକଙ୍କ ମାନସିକତା ଜାଣିବା ଲାଗି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନମି, ଇଣ୍ଡିଆନ୍ ବ୍ରାଣ୍ଡ୍‌ ଇକ୍ବିଟି ଫାଉଣ୍ଡେସନ, ଭାରତୀୟ ରେଳ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ, ବଜେଟ୍ ଦଲିଲ, ପିଆଇବି ଓ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଆଧାରରେ ଏହି ସୂଚନା ଦିଆଯାଇଛି ବୋଲି ଚିଦମ୍ବରମ୍ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe