ସରକାରଙ୍କୁ ଘେରିଲେ ଚିଦମ୍ବରମ, କରୋନା ମୁକାବିଲା ପାଇଁ ଆବଶ୍ୟକ ପାଣ୍ଠି ଦେଉନାହାନ୍ତି

ସରକାରଙ୍କୁ ଘେରିଲେ ଚିଦମ୍ବରମ, କରୋନା ମୁକାବିଲା ପାଇଁ ଆବଶ୍ୟକ ପାଣ୍ଠି ଦେଉନାହାନ୍ତି

Business Standard

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍ ଆଜି କରୋନା ମୁକାବିଲା ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି। କରୋନା ମହାମାରୀ ମୁକାବିଲା ପାଇଁ ଯେତିକି ଅର୍ଥ ପ୍ରଦାନ କରିବା କଥା ତାହା ସରକାର କରୁନାହାନ୍ତି। କରୋନା ମୁକାବିଲା ପାଇଁ ମୋଦୀ ସରକାର ୫ରୁ ୬ ଲକ୍ଷ କୋଟି ଟଙ୍କା ଘୋଷଣା କରନ୍ତୁ ବୋଲି ସେ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ଏକାଧିକ ଟ୍ବିଟ୍ କରି ଚିଦମ୍ବରମ୍ କହିଛନ୍ତି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମ ଆର୍ଥିକ କାର୍ଯ୍ୟାନ୍ବୟନ ଯୋଜନା (ଫାଇନାନ୍ସିଆଲ ଆକ୍ସନ ପ୍ଲାନ-୧) ଘୋଷଣା କରିବାକୁ ଇତିମଧ୍ୟରେ ୯ ଦିନ ବିତିଗଲାଣି। କିନ୍ତୁ ଦ୍ବିତୀୟ ଆର୍ଥିକ ପ୍ୟାକେଜ ଘୋଷଣା ପାଇଁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। କରୋନା ପାଇଁ ସରକାର ନିରାଶାଜନକ ଭାବେ ପାଣ୍ଠି ଯୋଗାଉଛନ୍ତି। ପ୍ରଥମ ଆର୍ଥିକ ଯୋଜନାରେ ରହିଥିବା ଅଭାବ ଅସୁବିଧାକୁ ଦ୍ବିତୀୟ ଆର୍ଥିକ ପ୍ୟାକେଜ ଘୋଷଣା ଯୋଜନାରେ ଦୂର କରାଯିବା ଆବଶ୍ୟକ। ଆବଶ୍ୟକତା ଠାରୁ କମ୍ ପାଣ୍ଠି ଦିଆଯାଇଥିବାରୁ ଏହା କରୋନା ମହାମାରୀ ସ୍ଥିତିକୁ ଆହୁରି ଖରାପ କରିଦେବ। ପ୍ରଥମ ଯୋଜନାରେ ଘୋଷଣା କରାଯାଇଥିବା ଅର୍ଥ ବ୍ୟର୍ଥ ଯିବ। ଡ. ଜାହାଙ୍ଗୀର ଅଜିଜ୍ ଏ ନେଇ ସକରାରଙ୍କୁ ପୂର୍ବରୁ ସତର୍କ କରାଇ ଦେଇଛନ୍ତି ବୋଲି ଚିଦମ୍ବରମ୍ କହିଛନ୍ତି। ତେଣୁ ସରକାର ତୁରନ୍ତ ସମୟୋପଯୋଗୀ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe