ପାରାଦୀପରେ ‘ମେଫେୟାର ବେ ରିସୋର୍ଟ’ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ପାରାଦୀପ‌ରେ ମେଫେୟାର ହୋଟେଲ୍‌ସ ଆଣ୍ଡ୍ ରିସୋର୍ଟସ୍‌ର ନୂଆ ‘ମେ ଫେୟାର ବେ ରି‌ସୋର୍ଟ’କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, କମ୍ପାନିର ଅଧ୍ୟକ୍ଷ ଦିଲ୍ଲୀପ ରାୟ....

dagdaadgzcvc

Photograph: (Dilip ray on X)

ଭୁବନେଶ୍ବର: ପାରାଦୀପ‌ରେ ମେଫେୟାର ହୋଟେଲ୍‌ସ ଆଣ୍ଡ୍ ରିସୋର୍ଟସ୍‌ର ନୂଆ ‘ମେ ଫେୟାର ବେ ରି‌ସୋର୍ଟ’କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, କମ୍ପାନିର ଅଧ୍ୟକ୍ଷ ଦିଲ୍ଲୀପ ରାୟ, ସଭାପତି ତଥା ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ମନୋଜ ଗୌଡ଼ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ରିସୋର୍ଟରେ ୧୪୦ଟି କୋଠରି, ସୁଇଟ୍‌ ଓ ପ୍ରାଇଭେଟ୍ ଭିଲ୍ଲା ରହିଛି। ସବୁ କୋଠରିର ନିଜସ୍ବ ବାଲ୍‌କୋନି ରହିଛି। ଭୋଜନପ୍ରେମୀଙ୍କ ପାଇଁ ନୂଆ ରିସୋର୍ଟରେ ରହିଛି ‘ଟି ପଟ୍’ ରେସ୍ତୋରାଁ, ନିରାମିଷ କାଫେ ‘ସୁପର ସ୍ନାକ୍ସ’, ଲାଉଞ୍ଜ ଓ ବାର୍ ‘କ୍ୟାପ୍‌ଟେନ୍‌ସ କ୍ବାର୍ଟର’, ସିଫୁଡ୍‌ ‌ରେସ୍ତୋରାଁ ‘ଦି ଫିସ୍ ମାର୍କେଟ୍‌’ ଓ ୨୪ ଘଣ୍ଟିଆ କୋଠରି ଭିତରେ ଭୋଜନ ସୁବିଧା। 

କମ୍ପାନି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ନୂଆ ରିସୋର୍ଟରେ ମେଫେୟାର ସ୍ପା, ଫିଟ୍‌ନେସ୍ ସେଣ୍ଟର୍‌, ବାହାରେ ସ୍ବିମିଂ ପୁଲ୍‌ ରହିଛି। କାର୍ଯ୍ୟକ୍ରମ ଆୟୋଜନ ପାଇଁ ୧୪୦୦ ବର୍ଗ ମିଟର୍‌ର ସ୍ଥାନ ବିକାଶ କରାଯାଇଛି। ସେଥିରେ ରହିଛି ୩୫୦ ଅତିଥିଙ୍କ ପାଇଁ ବ୍ୟବସ୍ଥା ଥିବା ୪୦୬ ବର୍ଗମିଟର୍‌ର ଅର୍କିଡ୍‌ ହଲ୍‌, ୧୦୪ ବର୍ଗମିଟର୍‌ର ଲୋଟସ୍ ହଲ୍‌, ୭୨ ବର୍ଗମିଟର୍‌ର କାମେଲିଆ ହଲ୍‌ ଏବଂ ବିବାହ ଓ ଭୋଜି ପାଇଁ ପୁଲ୍‌ ପାର୍ଶ୍ବରେ ୧୦୦୦ ବର୍ଗ ମିଟର୍‌ର ସ୍ଥାନ। ସାରା ଦେଶରେ ୮ଟି ରାଜ୍ୟରେ ମେଫେୟାର ହୋଟେଲ୍‌ସ ଆଣ୍ଡ୍‌ ରିସୋର୍ଟସ୍‌ର ୧୯ଟି ସମ୍ପତ୍ତି ରହିଛି। ଓଡ଼ିଶା, ସିକିମ୍, ଦାର୍ଜଲିଂ ଭଳି ସ୍ଥାନରେ ଏହି ‌ହୋଟେଲ୍‌ ଓ ରିସୋର୍ଟଗୁଡ଼ିକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe