ଦ୍ବିତୀୟ ଦିନରେ ୧୫ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

Advertisment

ଉତ୍କର୍ଷ ଓଡ଼ିଶା: ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୫ ପାଇଁ ମୁମ୍ବାଇରେ ଆୟୋଜିତ ଦୁଇଦିନିଆ ରୋଡ୍‌ ସୋର ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନେକ ବିଶିଷ୍ଟ ଶିଳ୍ପପତିଙ୍କ ସହ ୱାନ୍‌-ଟୁ-ୱାନ୍‌ ଆଲୋଚନା କରିଛନ୍ତି।

ଉତ୍କର୍ଷ ଓଡ଼ିଶା: ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୫ ପାଇଁ ମୁମ୍ବାଇରେ ଆୟୋଜିତ ଦୁଇଦିନିଆ ରୋଡ୍‌ ସୋର ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନେକ ବିଶିଷ୍ଟ ଶିଳ୍ପପତିଙ୍କ ସହ ୱାନ୍‌-ଟୁ-ୱାନ୍‌ ଆଲୋଚନା କରିଛନ୍ତି।

gdgjgjgjgj

ଭୁବନେଶ୍ବର: ଉତ୍କର୍ଷ ଓଡ଼ିଶା: ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୫ ପାଇଁ ମୁମ୍ବାଇରେ ଆୟୋଜିତ ଦୁଇଦିନିଆ ରୋଡ୍‌ ସୋର ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନେକ ବିଶିଷ୍ଟ ଶିଳ୍ପପତିଙ୍କ ସହ ୱାନ୍‌-ଟୁ-ୱାନ୍‌ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ଶିଳ୍ପପତିମାନଙ୍କ ମଧ୍ୟରେ ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଳମ୍‌ ବିର୍ଲା, ପାର୍ଲେ ଏଗ୍ରୋ ଲିମିଟେଡର ଅଧ୍ୟକ୍ଷ ତଥା ସିଇଓ ପ୍ରକାଶ ଚୌହାନ ଓ ସୂଚନା ଚୌହାନ, ୱାରି ଏନର୍ଜିଜ୍‌ ଲିମିଟେଡର  ଅଧ୍ୟକ୍ଷ ହିତେଶ ଦୋଶୀ, ଆଭଡା ଗ୍ରୁପ ଅଧ୍ୟକ୍ଷ ବିନୀତ ମିତ୍ତଲ, ଜେଏମ୍‌ ବକ୍ସି ଗ୍ରୁପ୍‌ ଅଧ୍ୟକ୍ଷ ଧ୍ରୁବ କୋଟକ୍‌, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଲିମିଟେଡର କଣ୍ଟ୍ରି ହେଡ୍‌ ଇଣ୍ଡିଆ ସ୍ମିତା ଭଗତ, ବ୍ୟାଙ୍କ ଅଫ ବରୋଦାର ଏମ୍‌ଡି ତଥା ସିଇଓ ଦେବଦତ୍ତ ଚାନ୍ଦ, ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ଲିମିଟେଡର ସିଇଓ ଦିଲୀପ ଓମେନ, କାମାତ୍‌ ହୋଟେଲ ଇଣ୍ଡିଆ ଲିମିଟେଡର ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ସିଆଇଆଇ ମହାରାଷ୍ଟ୍ର ବିଶାଲ ଭି କାମାତ, ମାରିଅଟ ଇଣ୍ଟରନ୍ୟାସନାଲର ଉପସଭାପତି, ଗ୍ଲୋବାଲ ଡିଜାଇନ, ଏସିଆ ପାସିଫିକ୍‌ ମନ୍ଦର ଜୱାରେ, ଇଣ୍ଡିଆନ ହୋଟେଲ୍‌ସ କମ୍ପାନି ଲିମିଟେଡର ଏମ୍‌ଡି ପୁନିତ ଛଟୱାଲ, ରାଡିସନ୍ସ ହୋଟେଲ୍‌ସର ଏମ୍‌ଡି ତଥା ଏଏସଭିପି, ଦକ୍ଷିଣ ଏସିଆ, ନିଖିଲ ଶର୍ମା, ଷ୍ଟେଲମେକ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡର ଅଧ୍ୟକ୍ଷ ହମିଜ୍‌ ଆଶ୍ରିୱାଲା, ନ୍ୟୁକ୍ଲିୟର ପାୱାର କର୍ପୋରସନ ଅଫ୍‌ ଇଣ୍ଡିଆ ଲିମିଟେଡର ସିଏମ୍‌ଡି ଭୂବନ ଚନ୍ଦ୍ର ପାଠକ ଏବଂ ଓଏନ୍‌ଜିସି ତ୍ରିପୁରାର ଏମ୍‌ଡି ସନିଲ ସି ନମ୍ବୁଦ୍ରିପଦ।

ମୁଖ୍ୟମନ୍ତ୍ରୀ ପ୍ରାୟ ୧୫ ଶିଳ୍ପପତି, କମ୍ପାନି ମୁଖ୍ୟ ଏବଂ ବ୍ୟାଙ୍କ ମୁଖ୍ୟମାନଙ୍କ ସହ ଓଡ଼ିଶାରେ ନିବେଶ, ଶିଳ୍ପାୟନ ଏବଂ ବିକାଶ ଆଦି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ରାଜ୍ୟରେ ଉପଲବ୍ଧ ହେଉଥିବା ସୁବିଧା ସୁଯୋଗ ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଅନୁକୂଳ ଶିଳ୍ପ ପରିବେଶ ସଂପର୍କରେ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏସାର ଗ୍ରୁପ୍‌ର ପ୍ରତିଷ୍ଠାତା ନି‌ର୍ଦ୍ଦେଶକ ପ୍ରଶାନ୍ତ ରୁଇଆ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଏହି ସମୟରେ ଶିଳ୍ପମନ୍ତ୍ରୀ ସଂପଦ ଚରଣ ସ୍ବାଇଁ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe