ଭାରତକୁ ମନାଇବା ଲାଗି ଚୀନ୍ ବ୍ୟଗ୍ର

ଭାରତକୁ ଚୀନ୍‌ର ଚେତାବନୀ: ତାଇୱାନ ପ୍ରସଙ୍ଗରୁ ଦୂରେଇ ରୁହ

Etemaad Daily

ନୂଆଦିଲ୍ଲୀ: ଆଞ୍ଚଳିକ ସହଯୋଗ ଅର୍ଥନୈତିକ ସହଭାଗିତା ବା ଆରସିଇପିରେ ଯୋଗଦେବ ନାହିଁ ବୋଲି ଭାରତ ନିଷ୍ପତ୍ତି ନେଇଛି। ଆସିଆନ୍‌ର ୧୦ଟି ସଦସ୍ୟ ରାଷ୍ଟ୍ର ଏବଂ ଭାରତ ସମେତ ଅନ୍ୟ ୬ଟି ରାଷ୍ଟ୍ରକୁ ନେଇ ଗଠିତ ହେବାକୁ ଥିବା ଆର୍‌ସିଇପି ମୁକ୍ତ ବାଣିଜ୍ୟ ରାଜିନାମାରେ ସାମିଲ ହେଲେ ଭାରତକୁ ବହୁମୂଲ୍ୟ ଦେବାକୁ ପଡ଼ିବ। ଭାରତରେ ଆସିଆନ୍ ଦେଶ ସମେତ ଚୀନରୁ ବିପୁଳ ପରିମାଣର ସାମଗ୍ରୀ ପାହାଡ଼ ଭଳି ଗଦାହେବ। ଏଥିଯୋଗୁଁ ଭାରତର ନିର୍ମାଣ କ୍ଷେତ୍ର ପ୍ରଭାବିତ ହେବ ଏବଂ ଏସବୁ ଦେଶ ସହିତ ଭାରତର ବାଣିଜ୍ୟ ନିଅଣ୍ଟ ଆହୁରି ବଢ଼ିଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶଙ୍କା ବ୍ୟକ୍ତ କରି ଏହି ଚୁକ୍ତିରେ ଦସ୍ତଖତ କରିବାକୁ ମନା କରିଦେଇଛନ୍ତି।

ତେବେ ଭାରତକୁ କିଭଳି ଆର୍‌ସିଇପିରେ ସାମିଲ କରାଯିବ ତାହାକୁ ନେଇ ନେଇ ଚୀନ୍ ଲାଗିପଡ଼ିଛି। ଭାରତ ବିନା ଏହି ମୁକ୍ତ ବାଣିଜ୍ୟ ଅଞ୍ଚଳ ଗଠନ ହେଲେ ଚୀନର ବିଶେଷ କିଛି ଲାଭ ହେବନାହିଁ। କାରଣ ଲୋକସଂଖ୍ୟା ଦୃଷ୍ଟିରୁ ଚୀନ୍ ପାଇଁ ଭାରତ ହିଁ ସବୁଠୁ ବଡ଼ ବଜାର। ତେଣୁ ଭାରତକୁ ମନାଇବା ପାଇଁ ଚୀନ୍ ବିଭିନ୍ନ ପ୍ରକାର ଉଦ୍ୟମ ଚଳାଇଛି।ଚୀନ ସରକାରଙ୍କ ଅଧୀନରେ ପ୍ରକାଶ ପାଉଥିବା ଏକ ଦୈନିକ ଇଂରାଜୀ ସମ୍ବାଦପତ୍ରରେ ଏକ ‌ଲେଖା ପ୍ରକାଶ ପାଇଛି। ଏଥିରେ ଭାରତକୁ ଆର୍‌ସିଇପିରେ ଯୋଗଦେବା ଲାଗି ପରାମର୍ଶ ଦିଆଯାଇଛି। ଆରସିଇପି ଗଠନରେ ଜଡ଼ିତ ଦେଶଗୁଡ଼ିକ ଭାରତକୁ ଏଥିରେ ସାମିଲ କରିବା ସୁଯୋଗକୁ ହରାଇବା ଉଚିତ ନୁହେଁ ବୋଲି ଗ୍ଲୋବାଲ ଟାଇମ୍ସରେ ବୁଧବାର କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe