ଥମୁନି ଚୀନ୍‌-ଆମେରିକା ଶୁଳ୍କ ଯୁଦ୍ଧ: ୧୨୫%କୁ ବଢ଼ାଇଲା ଚୀନ୍‌

Advertisment

ଆମେରିକା ଓ ଚୀନ୍‌ ମଧ୍ୟରେ ଆମଦାନୀ ଶୁଳ୍କ ଯୁଦ୍ଧ ଥମିବାର ନାଁ ଧରୁନାହିଁ। ଆମେରିକା ପ୍ରଶାସନ ଚୀନ୍‌ ପାଇଁ ଆମଦାନୀ ଶୁଳ୍କକୁ ୧୨୫ ପ୍ରତିଶତରୁ ୧୪୫ ପ୍ରତିଶତକୁ ବଢ଼ାଇଛି। ଗତ ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍‌ ଉପରେ ୧୨୫ ପ୍ରତିଶତ ଆମଦାନୀ ଶୁଳ୍କ ଘୋଷଣା....

ଆମେରିକା ଓ ଚୀନ୍‌ ମଧ୍ୟରେ ଆମଦାନୀ ଶୁଳ୍କ ଯୁଦ୍ଧ ଥମିବାର ନାଁ ଧରୁନାହିଁ। ଆମେରିକା ପ୍ରଶାସନ ଚୀନ୍‌ ପାଇଁ ଆମଦାନୀ ଶୁଳ୍କକୁ ୧୨୫ ପ୍ରତିଶତରୁ ୧୪୫ ପ୍ରତିଶତକୁ ବଢ଼ାଇଛି। ଗତ ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍‌ ଉପରେ ୧୨୫ ପ୍ରତିଶତ ଆମଦାନୀ ଶୁଳ୍କ ଘୋଷଣା....

China hits back at Trump

China hits back at Trump

ବେଜିଂ: ଆମେରିକା ଓ ଚୀନ୍‌ ମଧ୍ୟରେ ଆମଦାନୀ ଶୁଳ୍କ ଯୁଦ୍ଧ ଥମିବାର ନାଁ ଧରୁନାହିଁ। ଆମେରିକା ପ୍ରଶାସନ ଚୀନ୍‌ ପାଇଁ ଆମଦାନୀ ଶୁଳ୍କକୁ ୧୨୫ ପ୍ରତିଶତରୁ ୧୪୫ ପ୍ରତିଶତକୁ ବଢ଼ାଇଛି। ଗତ ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍‌ ଉପରେ ୧୨୫ ପ୍ରତିଶତ ଆମଦାନୀ ଶୁଳ୍କ ଘୋଷଣା କରିବା ସମୟରେ ସେଥିରେ ଚୀନ୍‌ ଉପରେ ଫେଣ୍ଟାନିଲ୍‌ ଉତ୍ପାଦନ ପାଇଁ ଲାଗୁ ହୋଇଥିବା ୨୦ ପ୍ରତିଶତ ଶୁଳ୍କକୁ ସାମିଲ କରି ନଥିଲେ। ପରେ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଥିଲା। ଏଥିଯୋଗୁ ଚୀନ୍‌ ଉପରେ ଆମେରିକାର ଶୁଳ୍କ ୧୪୫ ପ୍ରତିଶତକୁ ବଢ଼ିଥିଲା। ଏହାର ପାଲଟା ଜବାବ ଦେଇଛି ଚୀନ୍‌। ଚୀନ୍‌ ଆମେରିକା ଉପରେ ଆମଦାନୀ ଶୁଳ୍କକୁ ୮୪ ପ୍ରତିଶତରୁ ୧୨୫ ପ୍ରତିଶତକୁ ବଢ଼ାଇଛି। 

ଆମେରିକା ବିଶ୍ବର ଅନ୍ୟ ଦେଶଗୁଡ଼ିକ ପାଇଁ ଲାଗୁ କରିଥିବା ବର୍ଦ୍ଧିତ ଆମଦାନୀ ଶୁଳ୍କକୁ ୯୦ ଦିନ ପାଇଁ ସ୍ଥଗିତ ରଖିଥିଲେ ମଧ୍ୟ ଚୀନ୍‌ କ୍ଷେତ୍ରରେ ଟକରା ଟକରି ଚାଲିଛି। ସେପଟେ ଚୀନ୍‌ ଅର୍ଥ ମନ୍ତ୍ରାଳୟର ପ୍ରବକ୍ତା ନୂଆ ଶୁଳ୍କକୁ ସମାଲୋଚନା କରିଛନ୍ତି। ବିଶ୍ବ ଇତିହାସରେ ଏହା ଏକ ପରିହାସର ବିଷୟ ହୋଇ ରହିବ ବୋଲି ସେ କହିଛନ୍ତି। ଚୀନ୍‌ର ବାଣିଜ୍ୟ ମନ୍ତ୍ରାଳୟ କହିଛି ତାଙ୍କ ଦେଶ ଆମେରିକାର ଶୁଳ୍କ ବିରୋଧରେ ବିଶ୍ବ ବାଣିଜ୍ୟ ସଂଗଠନରେ ଆଉ ଏକ ମାମଲା ରୁଜୁ କରିବ। ଶୁଳ୍କ ଯୁଦ୍ଧରେ କାହାରି ବିଜୟ ‌ହୁଏ ନାହିଁ ବୋଲି ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe