ଚୀନ୍‌ ଏକଘରକିଆ ହୋଇଯିବ: ଆଦାନି

Advertisment

ଧନୀ ତାଲିକାରେ ତୃତୀୟ ସ୍ଥାନକୁ ଖସିଲେ

ଧନୀ ତାଲିକାରେ ତୃତୀୟ ସ୍ଥାନକୁ ଖସିଲେ

ନିବେଶକଙ୍କ ମୁଣ୍ଡରେ ଚଡ଼କ, ହରାଇଲେ ୧୦ ଲକ୍ଷ କୋଟି, ସେୟାର ମୂଲ୍ୟରେ ୫୮% ହ୍ରାସ

fortuneindia.com

ନୂଆଦିଲ୍ଲୀ: କିଛି ବର୍ଷ ପୂର୍ବେ ଯେଉଁ ଜଗତ୍‌କରଣ ଅଭିଯାନ ଆରମ୍ଭ ହୋଇଥିଲା ତାହା ଦ୍ବାରା ସର୍ବାଧିକ ଲାଭବାନ ହୋଇଛି ଚୀନ୍। ବିଭିନ୍ନ ଦେଶରେ ଜାତୀୟତାବାଦ ବୃଦ୍ଧି ପାଉଥିବା ବେଳେ ଯୋଗାଣ ଶୃଙ୍ଖଳ ବ୍ୟବସ୍ଥାରେ ହେଉଥିବା ପରିବର୍ତ୍ତନ ଏବଂ ପ୍ରଯୁକ୍ତି ଉପରେ କଟକଣା ଯୋଗୁଁ ଚୀନ୍‌ ଆଗାମୀ ଦିନରେ ଏକଘରକିଆ ଅନୁଭବ କରିବ ବୋଲି ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନି କହିଛନ୍ତି। ସେ କହିଛନ୍ତି ଯେ ସାରା ବିଶ୍ବରେ ପ୍ରଭାବ ବିସ୍ତାର କରିବା ଲକ୍ଷ୍ୟ ନେଇ ଚୀନ୍‌ ଯେଉଁ ବେଲ୍‌ଟ ଆଣ୍ଡ୍ ରୋଡ୍ ଅଭିଯାନ ଆରମ୍ଭ କରିଥିଲା ତାହା ଅନେକ ଦେଶରେ ପ୍ରତିରୋଧ ସାମ୍ନା କରୁଛି। ବିଦ୍ୟୁତ ଉତ୍ପାଦନ ଲାଗି ଅଧିକ ଜୀବାଶ୍ମ ଇନ୍ଧନ ବ୍ୟବହାର କରୁଥିବାରୁ ଭାରତକୁ କରାଯାଉଥିବା ସମାଲୋଚନାକୁ ସେ ନାପସନ୍ଦ କରିଛନ୍ତି। ଏତେ ବଡ଼ ଦେଶର ଲୋକମାନଙ୍କ ପାଖରେ ବିଦ୍ୟୁତ ପହଞ୍ଚାଇବା ଲାଗି ତାହା କରିବାକୁ ପଡ଼ିବ। ସବୁ ଜୀବାଶ୍ମ ଇନ୍ଧନର ବ୍ୟବହାରକୁ ବନ୍ଦ କରିବା ପ୍ରସ୍ତାବ ଭାରତରେ କାର୍ଯ୍ୟକାରୀ ହୋଇପାରିବନି ବୋଲି ଆଦାନି କହିଛନ୍ତି। ଆସନ୍ତା ଦଶନ୍ଧିରେ ଆଦାନି ଗ୍ରୁପ୍ ୧୦,୦୦୦ କୋଟି ଡଲାରର ନିବେଶ କରିବ ବୋଲି ସେ ଘୋଷଣା କରିଛନ୍ତି।

ଧନୀ ତାଲିକାରେ ତୃତୀୟ ସ୍ଥାନକୁ ଖସିଲେ
ନୂଆଦିଲ୍ଲୀ: ବିଶ୍ବ ଧନୀ ତାଲିକାରେ ତୃତୀୟ ସ୍ଥାନକୁ ଖସିଛନ୍ତି ଆଦାନି ଗ୍ରୁପ୍ ମୁଖ୍ୟ ଗୌତମ ଆଦାନି। କିଛି ଦିନ ପୂର୍ବେ ଆମାଜନ ମୁଖ୍ୟ ଜେଫ୍‌ ବେଜୋସ୍‌ଙ୍କୁ ସେ ଦ୍ବିତୀୟ ସ୍ଥାନରୁ ପଦଚ୍ୟୁତ କରିଥିଲେ। ବେଜୋସ୍‌ ଆଜି ପୁଣି ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe