ଆମେରିକା ମନା କରିବାରୁ ଡବ୍ଲୁଏଚ୍‌ଓକୁ ଚୀନ୍ ଦେବ ପାଣ୍ଠି

Advertisment
ଆମେରିକା ମନା କରିବାରୁ ଡବ୍ଲୁଏଚ୍‌ଓକୁ ଚୀନ୍ ଦେବ ପାଣ୍ଠି

Image Courtesy of Reuters

ବେଜିଂ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)କୁ ପାଣ୍ଠି ସହାୟତା ଦେବାକୁ ଆମେରିକା ମନା କରିବାର କିଛି ଦିନ ବିତିନଥିବା ବେଳେ ଏହି ସଂସ୍ଥାକୁ ଆଉ ୩୦ ନିୟୁତ ଡଲାର ଦାନ କରିବାକୁ ଚୀନ୍ ଘୋଷଣା କରିଛି। କୋଭିଡ୍-୧୯ ବିରୋଧୀ ଲଢ଼େଇ ପାଇଁ ପୂର୍ବରୁ ଡବ୍ଲୁଏଚ୍‌ଓକୁ ଚୀନ୍ ୨୦ ନିୟୁତ ଡଲାର ଦେଇଥି‌ଲା। ସାଧାରଣତଃ ଡବ୍ଲୁଏଚ୍‌ଓକୁ ଆମେରିକା ହିଁ ସର୍ବାଧିକ ପାଣ୍ଠି ଦେଇଥାଏ। ମାତ୍ର କରୋନା ଭୂତାଣୁର ପରିଚାଳନାରେ ଡବ୍ଲୁଏଚ୍‌ଓ ବଡ଼ ଧରଣର ତ୍ରୁଟି କରିଥିବା ଆମେରିକା ଗତ ସପ୍ତାହରେ ଅଭିଯୋଗ କରିଥିଲା। ଏହି ମାରାତ୍ମକ ଭୂତାଣୁକୁ ନେଇ ଆମେରିକା ଓ ଚୀନ୍ ଭିତରେ ମଧ୍ୟ ବାକ୍‌ଯୁଦ୍ଧ ଜାରି ରହିଛି। ଚୀନ୍‌ରେ ଯେତେବେଳେ କରୋନା ଭୂତାଣୁ ବ୍ୟାପିବା ଆରମ୍ଭ ହେ‌ଲା ଡବ୍ଲୁଏଚ୍‌ଓ ସେହି ସମୟରେ ତାହାର ଗୁରୁତ୍ବ ବିଷୟରେ ଜଣାଇବାରେ ବିଫଳ ହୋଇଥିଲା ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଅଭିଯୋଗ କରିବା ସହ ଡବ୍ଲୁଏଚ୍‌ଓକୁ ପାଣ୍ଠି ସହାୟତା ବନ୍ଦ କରିଦେଇଥିଲେ। ସେ ଅଭିଯୋଗ କରିଥିଲେ ଯେ ଆମେରିକା ପ୍ରତିବର୍ଷ ଟିକସଦାତାଙ୍କ ୪୦୦-୫୦୦ ନିୟୁତ ଡଲାର ଡବ୍ଲୁଏଚ୍ଓକୁ ଦେଉଥିବା ବେଳେ ଚୀନ୍ ମାତ୍ର ୪୦ ନିୟୁତ ଡଲାର ଦିଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe