ବିଶ୍ବବ୍ୟାପୀ ଡାକ୍ତରୀ ଓ ଇଲେକ୍ଟ୍ରୋନିକ୍ସ୍‌ ସାମଗ୍ରୀର ଚାହିଦା ବଢ଼ିବାରୁ ଚୀନ୍‌ର ରପ୍ତାନି ସମ୍ପ୍ରସାରିତ ହେଉଛି

Advertisment
ବିଶ୍ବବ୍ୟାପୀ ଡାକ୍ତରୀ ଓ ଇଲେକ୍ଟ୍ରୋନିକ୍ସ୍‌ ସାମଗ୍ରୀର ଚାହିଦା ବଢ଼ିବାରୁ ଚୀନ୍‌ର ରପ୍ତାନି ସମ୍ପ୍ରସାରିତ ହେଉଛି

Image Courtesy of Hindustan Times

ନୂଆଦିଲ୍ଲୀ: ଡାକ୍ତରୀ ଓ ଇଲେକ୍ଟ୍ରୋନିକ୍ସ୍‌ ସାମଗ୍ରୀର ଚାହିଦା ଏବଂ ପ୍ରମୁଖ ବ୍ୟାବସାୟିକ ଅଂଶୀଦାରମାନେ ଧୀରେ ଧୀରେ ବାଣିଜ୍ୟ ଆରମ୍ଭ କରିବା କାରଣରୁ ଚୀନ୍‌ର ରପ୍ତାନି ହାର ବୃଦ୍ଧି ପାଉଛି ବୋଲି ‘ବ୍ଲୁମ୍‌ବର୍ଗ’ ରିପୋର୍ଟରୁ ଜଣାପଡ଼ିଛି।

ଡଲାର୍‌ ହିସାବରେ ବର୍ଷେ ପୂର୍ବରୁ ୨୩୫.୩ ବିଲିୟନ୍ ଥିବା ଚୀନ୍‌ର ରପ୍ତାନି ଅଗଷ୍ଟ ମାସରେ ୯.୫% ବୃଦ୍ଧି ପାଇଛି। କଷ୍ଟମ୍‌ ତଥ୍ୟ ଅନୁସାରେ ଏହା ହେଉଛି ଚୀନ୍‌ର ତୃତୀୟ ବୃହତ୍ତମ ରେକର୍ଡ।

publive-image Image Courtesy of Bloomberg

ଚୀନ୍‌ର ରପ୍ତାନି ଏବର୍ଷର ଆକଳନକୁ ଭୁଲ୍‌ ପ୍ରମାଣିତ କରିଛି। ଏହାର କାରଣ ହେଉଛି ସମଗ୍ର ବିଶ୍ବରେ କୋଭିଡ୍‌ ସମ୍ବନ୍ଧୀୟ ସାମଗ୍ରୀର ବ୍ୟାପକ ଚାହିଦା ବୃଦ୍ଧି। ଧୀରେ ଧୀରେ ଏସିଆରେ ଅନେକ ଆର୍ଥିକ କାରବାର ଖୋଲିବା ସହ ସମଗ୍ର ବିଶ୍ବରେ ମଧ୍ୟ ଚୀନ୍‌ ସାମଗ୍ରୀ ପାଇଁ ଚାହିଦା ବଢ଼ିଚାଲିଛି। କିନ୍ତୁ, ଏଥିରୁ ଚୀନ୍ କେତେ ଦିନଯାଏଁ ଉପକୃତ ହେବ ତାହା ସ୍ପଷ୍ଟ ହୋଇ ପାରିନାହିଁ।

ନୋମୁରା ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏଚ୍‌କେ ଲିମିଟେଡ୍‌ରେ ନିଯୁକ୍ତ ଚୀନ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ଲୁ ସିଙ୍ଗ୍ କହନ୍ତି, ବୈଶ୍ବିକ ମହାମାରୀ ମଧ୍ୟରେ ଚୀନ୍‌ର ଚମକପ୍ରଦ ରପ୍ତାନି ସମ୍ପ୍ରସାରଣ ସମ୍ଭବ ହୋଇଛି କେତେକ ସ୍ବତନ୍ତ୍ର କାରଣରୁ। ତାହା ହେଉଛି ‘ପିପିଇ’ ଆମଦାନି ଓ ଘରେ ଥାଇ କାମ ଉତ୍ପାଦ ବୃଦ୍ଧି। ଏହାଛଡ଼ା ମହାମାରୀଜନିତ ବାଧା ଯୋଗୁଁ ପ୍ରତିଦ୍ବନ୍ଦ୍ବୀ ବଜାରରେ ରପ୍ତାନି ହ୍ରାସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe