୧୬୦୦ ଭାରତୀୟ କଂପାନିରେ ଚୀନ୍‌ ପାଣ୍ଠି

Advertisment
ଭାରତ-ଚୀନ ଆଲୋଚନା ଶେଷ : ଦ୍ବିପାକ୍ଷିକ ବୁଝାମଣାକୁ ସମ୍ମାନ ଜଣାଇବାକୁ ଉଭୟ ପକ୍ଷ ରାଜି

Image Courtesy of Zee News

ନୂଆଦିଲ୍ଲୀ: ଭାରତର ୧୬୦୦ରୁ ଅଧିକ କଂପାନିରେ ଚୀନ୍‌ର ସଂସ୍ଥାଗୁଡ଼ିକୁ ପୁଞ୍ଜିନିବେଶ କରିଛନ୍ତି। ରାଜ୍ୟସଭାରେ ଦିଆଯାଇଥିବା ଲିଖିତ ଉତ୍ତରରୁ ଏହା ଜଣାପଡ଼ିଛି। ୨୦୧୬ ମାର୍ଚ୍ଚରୁ ୨୦୨୦ ମାର୍ଚ୍ଚ ଭିତରେ ଚୀନ୍‌ର କଂପାନିଗୁଡ଼ିକ ଭାରତୀୟ ସଂସ୍ଥାରେ ୧୦୦ କୋଟି ଡଲାରରୁ ଅଧିକ ମୂଲ୍ୟର ପୁଞ୍ଜିନିବେଶ କରିଛନ୍ତି। ଦେଶର ୪୬ଟି କ୍ଷେତ୍ରରେ ଚୀନ୍‌ର ସଂସ୍ଥା ନିବେଶ କରିଛନ୍ତି। ଅଟୋମୋବାଇଲ୍‌ ଶିଳ୍ପ, ପୁସ୍ତକ ପ୍ରକାଶନି, ଇଲେକ୍ଟ୍ରୋନିକ୍ସ, ସେବା ଓ ଇଲେକ୍‌ଟ୍ରିକାଲ୍ ଉପକରଣ କ୍ଷେତ୍ରରେ ଚୀନ୍‌ର ସଂସ୍ଥାଗୁଡ଼ିକ ୧୦୦ ନିୟୁତ ଡଲାରରୁ ଅଧିକ ଲେଖାଏଁ ପୁଞ୍ଜିନିବେଶ କରିଛନ୍ତି। ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ) ସୂତ୍ରରେ ଏହି ପାଣ୍ଠି ଭାରତରେ ନିବେଶ ହୋଇଛି। ଭାରତର ଷ୍ଟାର୍ଟଅପ୍‌ ସଂସ୍ଥାଗୁଡ଼ିକ ସମେତ ବୃହତ ସଂସ୍ଥା ଆଦିରେ ଚୀନ୍‌ରୁ କେତେ ପୁଞ୍ଜିନିବେଶ ହୋଇଛି ତାହା ଜାଣିବା ଲାଗି କରାଯାଇଥିବା ପ୍ରଶ୍ନର ଉତ୍ତରରେ ସରକାର ଏହି ତଥ୍ୟ ଦେଇଛନ୍ତି।

ଅଟୋମୋବାଇଲ୍‌ ଶିଳ୍ପ ସର୍ବାଧିକ ୧୭୨ ନିୟୁତ ଡଲାରର ଚୀନ୍ ପୁଞ୍ଜିନିବେଶ ହାସଲ କରିଛି। ଏହା ପଛକୁ ରହିଛି ସେବା କ୍ଷେତ୍ର ଯାହା ୧୩୯.୬୫ ନିୟୁତ ଡଲାର ପୁଞ୍ଜିନିବେଶ ହାସଲ କରିଛି। ତେବେ ଚୀନ୍‌ର ଏଜେନ୍ସି ତରଫରୁ ଭାରତରେ ଯେଉଁ ପୁଞ୍ଜିନିବେଶ କରାଯାଇଛି ସେ ବିଷୟରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କୌଣସି ସୂଚନା ଦେଇନାହାନ୍ତି। ଇକ୍ବିଟି ନିବେଶ ଭାବେ ଏଫ୍‌ଡିଆଇ ଜରିଆରେ ଦେଶ ଭିତରୁ ଯେଉଁ ପୁଞ୍ଜିନିବେଶ ଆସୁଛି ତାହାର ତଥ୍ୟ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନରେ ଥିବା ଏଫ୍‌ଡିଆଇ ଡାଟା ସେଲ୍ ପାଖରେ ରହୁଛି। ଉଲ୍ଲେଖଯୋଗ୍ୟ, ଭାରତ ଓ ଚୀନ୍ ସେନା ମଧ୍ୟରେ ଲଦାଖର ଗଲୱାନ ଘାଟିରେ ଘଟିଥିବା ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରଠାରୁ ଦୁଇ ଦେଶ ଭିତରେ ସମ୍ପର୍କ ତିକ୍ତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe