ସିଟି କାର୍ଟକୁ ଶ୍ରେଷ୍ଠ ରିଟେଲର ସମ୍ମାନ

ସିଟି କାର୍ଟକୁ ଶ୍ରେଷ୍ଠ ରିଟେଲର ସମ୍ମାନ

ଭୁବନେଶ୍ବର : ଦୁବାଇରେ ଅନୁଷ୍ଠିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ୟୁଏଇର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ରସିଦ ଅଲ୍‌ ମକ୍‌ତୁମ୍‌ଙ୍କ ପରାମର୍ଶଦାତା ୟାକୁବ୍ ଅଲ୍ଲୀଙ୍କ ଠାରୁ ସିଟି କାର୍ଟର ସିଇଓ ସୁରେନ୍ଦ୍ର ଅଗ୍ରୱାଲ୍ ଓ ନିର୍ଦେଶକ ସୁଧାଂଶୁ ଅଗ୍ରୱାଲ୍ ଶ୍ରେଷ୍ଠ ରିଟେଲର ପୁରସ୍କାର ଗ୍ରହଣ କରିଛନ୍ତି।

ସିଟି କାର୍ଟ ପକ୍ଷରୁ ଗ୍ରାହକମାନଙ୍କୁ ପୁରୁଷ, ମହିଳା, ଶିଶୁ ପୋଷାକ ସମେତ ଆକ୍‌ସେସୋରିଜ୍ ଓ ଘର ସାଜସଜ୍ଜା ସାମଗ୍ରୀ ଆଦି ଯୋଗାଇ ଦିଆଯାଉଛି। ଏହାର ଷ୍ଟୋରଗୁଡ଼ିକ ‌ଦେଶର ଉତ୍ତର, ପୂର୍ବ ଏବଂ ଉତ୍ତର ପୂର୍ବାଞ୍ଚଳରେ ରହିଛି। ଏହି ପୁରସ୍କାରଙ୍କୁ ନେଇ କଂପାନିର ସିଇଓ ଶ୍ରୀଯୁକ୍ତ ଅଗ୍ରୱାଲ୍ ଆନନ୍ଦ ପ୍ରକଟ କରିବା ସହ ଏହି ସମ୍ମାନକୁ ବଜା‌ୟ ରଖିବା ଏକ ଆହ୍ବାନ ବୋଲି ମଧ୍ୟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe