ଷ୍ଟେସନରେ ମିଳିବ ମାଟି କପ୍‌ରେ ଚା

Advertisment
ଷ୍ଟେସନରେ ମିଳିବ ମାଟି କପ୍‌ରେ ଚା

Tea Facts & Gifts by Goodwyn Tea - WordPress.com

ନୂଆଦିଲ୍ଲୀ: ଦେଶରେ ୨୦୦ରୁ ଉର୍ଦ୍ଧ୍ବ ରେଳ ଷ୍ଟେସନ୍‌ରେ ପୁଣି ଥରେ ମାଟି କପ୍‌ରେ ଚା’ ମିଳିବ। ରେଳ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଯୋଜନା ପ୍ରସ୍ତୁତ କରାଯାଉଥିବାର ଜଣାପଡ଼ିଛି। ସୂଚନା ଅନୁସାରେ, ବର୍ତ୍ତମାନ ‌ରେଳଷ୍ଟେସନ୍‌ରେ ପେପର୍‌ ତଥା ପ୍ଲାଷ୍ଟିକ୍‌ରେ ତିଆରି କପ୍‌ରେ ଚା’ ମିଳୁଛି। ତେବେ, ଷ୍ଟେସନରେ ପରିଷ୍କାର ପରିଚ୍ଛନ୍ନତା ପରିବେଶକୁ ଦୃଷ୍ଟିରେ ରଖି ମାଟି ପାତ୍ରରେ ଚା’ ପରିବେଷଣ କରିବା ଉପରେ ମନ୍ତ୍ରାଳୟ ପକ୍ଷରୁ ଗୁରୁତ୍ବ ଦିଆଯାଉଛି। ଏ ନେଇ ଖୁବ୍‌ଶୀଘ୍ର ମାଟିପାତ୍ର କାରିଗରଙ୍କ ସହ ଆଲୋଚନା ହେବ। ଏହା ଦ୍ବାରା କାରିଗରମାନେ ମଧ୍ୟ ଆର୍ଥିକ ଦୃଷ୍ଟିକୋଣରୁ ଲାଭବାନ ହୋଇପାରିବେ। ଉଲ୍ଲେଖଯୋଗ୍ୟ, ୨୦୦୫ ମସିହାରେ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବାବେଳେ ଏଥିପାଇଁ ଏକ ସ୍ବତନ୍ତ୍ର ଯୋଜନା ଆରମ୍ଭ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe