ନୂଆଦିଲ୍ଲୀ: ଆଜିକା ସମୟରେ ଯେଉଁ ଲୋକଟି ପାଖରେ ଚାକିରିଟିଏ ଅଛି ବା ଅର୍ଥ ରୋଜଗାର ପାଇଁ ତା’ ପାଖରେ କିଛି ବିକଳ୍ପ ଅଛି ତାକୁ ସୁଖୀ ମଣିଷ ଭାବେ ବିବେଚନା କରାଯାଉଛି। ସେହିପରି ବେରୋଜଗାର ହେବା ଦୁନିଆର ସବୁଠାରୁ ବଡ଼ ଦୁଃଖ। ଏହି କ୍ରମରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ କିଛି କର୍ମଚାରୀ ଭୋଭୋ ହୋଇ କାନ୍ଦୁଥିବା ଦେଖିବାକୁ ମିଳୁଛି।
ମିଳିଥିବା ସୂଚନା ଅନୁଯାୟୀ, ଇସଲାମାବାଦରେ ଚର୍ଚ୍ଚାରେ ଥିବା ଏକ ରେସ୍ତୋରାଁରେ କାମ କରୁଥିବା ୭୦୦ଜଣ କର୍ମଚାରୀ କିଛି କ୍ଷଣ ମଧ୍ୟରେ ନିଜନିଜର ଚାକିରି ହରାଇ ଦେଇଛନ୍ତି।
ଏହାପଛର କାରଣ ପାକିସ୍ତାନ ସୁପ୍ରିମକୋର୍ଟଙ୍କ ଆଦେଶ ରହିଛି। ପରିବେଶ ସମ୍ଭନ୍ଧୀୟ ଚିନ୍ତା କାରଣରୁ ସୁପ୍ରିମକୋର୍ଟ ୨୦୨୪ ଜୁନ ୧୧ ତାରିଖରେ ଲୋକପ୍ରିୟ ରେସ୍ତୋରାଁ ମୋନାଲ ସମେତ ମାର୍ଗଲା ହିଲ୍ସ ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ସମସ୍ତ ରେସ୍ତୋରାଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ନିର୍ଦ୍ଦେଶର ପାଳନ କରିବାକୁ ଯାଇ ରେସ୍ତୋରାଁ ମୋନାଲର ପରିଚାଳକ ସେପ୍ଟେମ୍ବର ୧୧ ତାରିଖରୁ ରେସ୍ତୋରାଁକୁ ସ୍ଥାୟୀ ଭାବେ ବନ୍ଦ କରିବାକୁ ସୂଚନା ଦେଇଛନ୍ତି। ଏମିତି କି ଆଗାମୀ ଦିନରେ କେବେ ଏହି ରେସ୍ତୋରାଁ ଖୋଲିବ ସେ ନେଇ କୌଣସି ନିଶ୍ଚିନ୍ତତା ନାହିଁ। ତେଣୁ ଟର୍ମିନେସନ ଲେଟରକୁ ହାତରେ ଧରି ମୋନାଲରେ କାମ କରୁଥିବା ୭୦୦ କର୍ମଚାରୀ ଚାକିରି ହରାଇବା ଦୁଃଖରେ ଭୋଭୋ ହୋଇ କାନ୍ଦୁଛନ୍ତି ।