ନୂଆଦିଲ୍ଲୀ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ହୋଇଥିବା ହାଏ ପ୍ରୋଫାଇଲ ରେଣୁକା ସ୍ବାମୀ ହତ୍ୟାକାଣ୍ଡ  ମାମଲାରେ ସମ୍ପୃକ୍ତ ଥିବା କନ୍ନଡ଼ ଅଭିନେତା ଦର୍ଶନ ତୁଗୁଦୀପ ବେଙ୍ଗାଲୁରୁର ପରପ୍ପନା ଅଗ୍ରହାରା କେନ୍ଦ୍ରୀୟ ଜେଲରେ ବନ୍ଦୀ ଅଛନ୍ତି।

Advertisment

ଏଭଳି ସମୟରେ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଦର୍ଶନ ଜେଲରେ ବନ୍ଦୀ ଥିବା ବେଳେ ଭିଭିଆଇପି ଟ୍ରିଟମେଣ୍ଟ ନେଉଥିବା ଦେଖିବାକୁ ମିଳୁଛି। ସେ ସାଙ୍ଗମାନଙ୍କ ସହିତ ଚୌକିରେ ବସି ଖୁବ ମଜା‌ରେ ସିଗାରେଟ ଟାଣୁଥିବାର ନଜର ଆସିଛନ୍ତି।

ଏହି ଫଟୋ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଜେଲର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଜଣେ ହତ୍ୟାକାରୀକୁ ଜେଲ ଭିତରେ ଏଭଳି ସୁବିଧା ମିଳିବା ବାସ୍ତବରେ ଚିନ୍ତାର କାରଣ।’

ଉଲ୍ଲେଖଯୋଗ୍ୟ, ରେଣୁକାସ୍ବାମୀ ଦର୍ଶନଙ୍କ ଘନିଷ୍ଠ ବାନ୍ଧବୀ ପବିତ୍ରା ଗୌଡ଼ାଙ୍କୁ ସୋସିଆଲ ମିଡ଼ିଆରେ ଅଶ୍ଳୀଳ ମେସେଜ କରୁଥିଲେ । ଏଥିରେ ରାଗିଯାଇ ଦର୍ଶନ
ରୋଣୁକାଙ୍କୁ ହତ୍ୟା କରିବାକୁ ସୁପାରି ଦେଇଥିଲେ । ଏହି ଘଟଣାରେ ଦର୍ଶନ ଓ ତାଙ୍କ ବାନ୍ଧବୀଙ୍କ ସମେତ ୧୯ ଜଣଙ୍କୁ ପୁଲିସ ଗିରଫ କରି ତଦନ୍ତ ଜାରି ରଖିଛି।

ଅଧିକପଢ଼ନ୍ତୁ ବିରାଟ କୋହଲି ଭୁଲ୍ କରିଥିଲେ: ପୂର୍ବତନ କୋଚ୍‌ଙ୍କ ବଡ଼ ଖୁଲାସା

ଅଧିକପଢ଼ନ୍ତୁ ଆମିର ତୃତୀୟ ବିବାହ କରିବେ !: କଲେ ବଡ଼ ଖୁଲାସା...

ଅଧିକପଢ଼ନ୍ତୁ ଭଣ୍ଡାର ଘର ମାଟି ତଳେ କିଛି ପଦାର୍ଥ ଅଛିକି ନାହିଁ ତାର ଯାଞ୍ଚ କରାଯିବ : ଆଇନ ମନ୍ତ୍ରୀ

ଅଧିକପଢ଼ନ୍ତୁ ବାର୍ଡ ଫ୍ଲୁ କୁକୁଡ଼ାର ସଂସ୍ପର୍ଶରେ ମଣିଷ ଆସିବା ଉଚିତ ନୁହେଁ