Advertisment

Cloud-flare outage: କ୍ଲାଉଡ୍‌ଫ୍ଲେୟାରରେ ସମସ୍ୟା: ବିଶ୍ବବ୍ୟାପୀ ଇଣ୍ଟରନେଟ୍‌ ସେବା ବାଧାପ୍ରାପ୍ତ

Advertisment

ଇଣ୍ଟରନେଟ୍ ସେବା ଯୋଗାଉଥିବା କମ୍ପାନି କ୍ଲାଉଡ୍‌ଫ୍ଲେୟାରରେ ସମସ୍ୟା ଦେଖାଦେଇଛି। ଏଥିଯୋଗୁ ମଙ୍ଗଳବାର ଲକ୍ଷଲକ୍ଷ ବ୍ୟବହାରକାରୀ ଏକ୍ସ, ଓପନ୍‌ଏଆଇର ଚାଟ୍‌ଜିପିଟି, ପରପ୍ଲେକ୍ସିଟିର ଏଆଇ, ଗୁଗଲ୍‌ କ୍ଲାଉଡ୍ ଏବଂ କାନାଭା ଆଦି ସେବା ପାଇ ପାରିନାହାନ୍ତି।

ଇଣ୍ଟରନେଟ୍ ସେବା ଯୋଗାଉଥିବା କମ୍ପାନି କ୍ଲାଉଡ୍‌ଫ୍ଲେୟାରରେ ସମସ୍ୟା ଦେଖାଦେଇଛି। ଏଥିଯୋଗୁ ମଙ୍ଗଳବାର ଲକ୍ଷଲକ୍ଷ ବ୍ୟବହାରକାରୀ ଏକ୍ସ, ଓପନ୍‌ଏଆଇର ଚାଟ୍‌ଜିପିଟି, ପରପ୍ଲେକ୍ସିଟିର ଏଆଇ, ଗୁଗଲ୍‌ କ୍ଲାଉଡ୍ ଏବଂ କାନାଭା ଆଦି ସେବା ପାଇ ପାରିନାହାନ୍ତି।

cloudfare

ନୂଆଦିଲ୍ଲୀ: ଇଣ୍ଟରନେଟ୍ ସେବା ଯୋଗାଉଥିବା କମ୍ପାନି କ୍ଲାଉଡ୍‌ଫ୍ଲେୟାରରେ ସମସ୍ୟା ଦେଖାଦେଇଛି। ଏଥିଯୋଗୁ ମଙ୍ଗଳବାର ଲକ୍ଷଲକ୍ଷ ବ୍ୟବହାରକାରୀ ଏକ୍ସ, ଓପନ୍‌ଏଆଇର ଚାଟ୍‌ଜିପିଟି, ପରପ୍ଲେକ୍ସିଟିର ଏଆଇ, ଗୁଗଲ୍‌ କ୍ଲାଉଡ୍ ଏବଂ କାନାଭା ଆଦି ସେବା ପାଇ ପାରିନାହାନ୍ତି। ଲିଗ୍‌ ଅଫ୍‌ ଲିଜେଣ୍ଡ୍‌ସ ଏବଂ ଭାଲୋରାଣ୍ଟ୍ ଭଳି ଗେମିଂ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। କ୍ଲାଉଡ୍‌ଫ୍ଲେୟାରର ଗୁରୁତ୍ବପୂର୍ଣ୍ଣ ନେଟ୍‌ୱର୍କ ବିଫଳ ହେବାଦ୍ବାରା ଏଭଳି ବ୍ୟାଘାତ ଦେଖାଦେଇଛି। କ୍ଲାଉଡ୍‌ଫ୍ଲେୟାର ହେଉଛି ଏକ ୱେବ୍‌ ଭିତ୍ତିଭୂମି ସେବା ପ୍ରଦାନକାରୀ କମ୍ପାନି। ଇଣ୍ଟର‌ନେଟ୍‌ର ସିଂହଭାଗ ସେବା ଏହା ମାଧ୍ୟମରେ ହୋଇଥାଏ। କ୍ଲାଉଡ୍‌ଫ୍ଲେୟାରର ସିଷ୍ଟମ ଷ୍ଟାଟସ୍‌ ସାଇଟ୍‌ରେ ଦର୍ଶାଯାଇଛି ଯେ କମ୍ପାନିର ଆଭ୍ୟନ୍ତରୀଣ ସେବାରେ ଅବନତି ହୋଇଛି। କିଛି ସେବା ସମୟକୁ ସମୟ ପ୍ରଭାବିତ ହୋଇପାରେ। ସେବାକୁ ଠିକ୍‌ କରିବା ପାଇଁ ଆମେ ଉଦ୍ୟମ କରୁଛୁ। ଏ‌ ନେଇ ଅଧିକ ସୂଚନା ଦିଆଯିବ ବୋଲି ଉଲ୍ଲେଖ ରହିଛି। ଏହା ବିଶ୍ବସ୍ତରର ନେଟୱର୍କ ସମସ୍ୟା ବୋଲି ଦର୍ଶାଯାଇଛି। ଆପ୍ଲିକେସନ ପ୍ରୋଗ୍ରାମିଂ ଇଣ୍ଟର‌ଫେସ (ଏପିଆଇ) ଏବଂ ଡାସ୍‌ବୋର୍ଡଗୁଡ଼ିକ କାର୍ଯ୍ୟ କରୁ ନଥିବା କୁହାଯାଇଛି। 

ଇଣ୍ଟରନେଟ୍ ସେବା ଉପରେ ନଜର ରଖୁଥିବା ସଂସ୍ଥା ଡାଉନଡିଟେକ୍ଟର ଏହାର ରିପୋର୍ଟରେ ଉଲ୍ଲେଖ କରିଛି ଯେ ବିଭିନ୍ନ ପ୍ରକାର ସେବା ବ୍ୟାହତ ହୋଇଥିବା ନେଇ ୧୦ ହଜାରରୁ ଅଧିକ ଅଭିଯୋଗ ଆସିଛି। ସ୍କ୍ରିନ ବ୍ଲାଙ୍କ ହୋଇଯାଇଥିଲା। ଫଳରେ ଇଣ୍ଟରନେଟ୍ ବ୍ୟବହାରକାରୀମାନେ ସଚଳ ଥିବା ବିକଳ୍ପ ପ୍ଲାଟଫର୍ମଗୁଡ଼ିକର ସନ୍ଧାନ କରିଥିଲେ। ରେଡିଟ୍ ଏବଂ ଥ୍ରେଡ୍ ଆଦିରେ ସେମାନଙ୍କ କ୍ରୋଧର ପରିପ୍ରକାଶ କରିଥିଲେ। ଜଣେ ବ୍ୟକ୍ତି ଲେଖିଛନ୍ତି ସେ ପରିଦର୍ଶନ କରୁଥିବା ପ୍ରାୟ ସବୁ ୱେବସାଇଟ୍‌ ଏବଂ ମୋବାଇଲ ବ୍ୟାଙ୍କିଂ କାମ କରୁନାହିଁ। ସେହିଭଳି ଅନ୍ୟ ଜଣେ ବ୍ୟକ୍ତି ଉଲ୍ଲେଖ କରିଛନ୍ତି ଯେ ସେ କ୍ଲାଉଡ୍‌ଫ୍ଲେୟାରକୁ ଉପଯୋଗ କରି ସେ ବ୍ୟବହାର କରୁଥିବା ସମସ୍ତ ଷ୍ଟାଫ୍‌ ପୋର୍ଟାଲ ଏବଂ ସାଇଟ୍ ଡାଉନ୍ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe