ଦୁଇଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ: ବଡ଼ କମ୍ପାନିଙ୍କ ସହ ହେବ ଏମ୍‌ଓୟୁ, ଏଚ୍‌ସିଏଲ୍‌ ଟେକ୍‌ କ୍ୟାମ୍ପସ୍‌ ବୁଲି‌ବେ

Advertisment

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଆଜି ଯାଇଛନ୍ତି। ଓଡ଼ିଶାର ଶିଳ୍ପାୟନକୁ ଆଗକୁ ବଢ଼ାଇବା ସହିତ ରାଜ୍ୟର ଅର୍ଥନୈତିକ ବିକାଶକୁ ତ୍ବରାନ୍ବିତ କରିବା ଲକ୍ଷ୍ୟରେ ସେ ଏହି ଅବସରରେ ଏକାଧିକ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଆଜି ଯାଇଛନ୍ତି। ଓଡ଼ିଶାର ଶିଳ୍ପାୟନକୁ ଆଗକୁ ବଢ଼ାଇବା ସହିତ ରାଜ୍ୟର ଅର୍ଥନୈତିକ ବିକାଶକୁ ତ୍ବରାନ୍ବିତ କରିବା ଲକ୍ଷ୍ୟରେ ସେ ଏହି ଅବସରରେ ଏକାଧିକ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।

CM Mohan Charan Majhi | Suryabanshi Suraj

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଆଜି ଯାଇଛନ୍ତି। ଓଡ଼ିଶାର ଶିଳ୍ପାୟନକୁ ଆଗକୁ ବଢ଼ାଇବା ସହିତ ରାଜ୍ୟର ଅର୍ଥନୈତିକ ବିକାଶକୁ ତ୍ବରାନ୍ବିତ କରିବା ଲକ୍ଷ୍ୟରେ ସେ ଏହି ଅବସରରେ ଏକାଧିକ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଗସ୍ତ ସମୟରେ ସେ ବହୁ ପ୍ରତିଷ୍ଠିତ ଶିଳ୍ପପତିଙ୍କ ସମେତ ଅନ୍ୟ ଅଂଶୀଦାରମାନଙ୍କ ସହିତ ଆଲୋଚନା କରିବେ। ନିବେଶ ପାଇଁ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ସକାରାତ୍ମକ ପଦକ୍ଷେପ, ସଂସ୍କାର ଏବଂ ଓଡ଼ିଶାର ଭବିଷ୍ୟତ ଦୃଷ୍ଟିକୋଣ ସଂପର୍କରେ ଆଲୋକପାତ କରିବେ। ଏହି ଅବସରରେ ରାଜ୍ୟ ସରକାର କେତେକ ପ୍ରମୁଖ ବୁଝାମଣାପତ୍ର ସ୍ବାକ୍ଷର କରିବେ, ଯାହା ବର୍ତ୍ତମାନର ଶିଳ୍ପାୟନ ପରିବେଶକୁ ମଜଭୁତ୍‌ କରିବ। ଏଥିସହିତ ଏସବୁ ଏମ୍‌ଓୟୁ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ରାଜ୍ୟର ଅର୍ଥନୈତିକ ବିକାଶକୁ ଆଗକୁ ନେବ। ଯେଉଁସବୁ ସଂସ୍ଥା ସହିତ ଏମ୍‌ଓୟୁ ହେବ ସେଗୁଡ଼ିକ ମଧ୍ୟରେ ଭାରତୀୟ ତୈଳ ନିଗମ ଲିମିଟେଡ୍‌(ଆଇଓସିଏଲ୍‌), ପେଟ୍ରୋ‌ନେଟ୍ ଏଲ୍‌ଏନ୍‌ଜି ଏବଂ ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ ପେଟ୍ରୋକେମିକାଲ ରିଜର୍ଭସ ଲିମିଟେଡ ଆଦି ରହିଛନ୍ତି। 

ଶିଳ୍ପପତିଙ୍କ ସହ କରିବେ ଆଲୋଚନା
ଏଚ୍‌ସିଏଲ୍‌ ଟେକ୍‌ କ୍ୟାମ୍ପସ୍‌ ବୁଲି‌ବେ

ଏହି ପଦକ୍ଷେପ ଓଡ଼ିଶାକୁ ଦେଶର ଏକ ଅଗ୍ରଣୀ ପେଟ୍ରୋରସାୟନ ଏବଂ ରସାୟନ କେନ୍ଦ୍ରରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଗୁରୁତ୍ବାରୋପ କରୁଛି। ଏଥିସହିତ ନିରନ୍ତର ବିକାଶ ରଣନୀତି କ୍ଷେତ୍ରରେ ଓଡ଼ିଶା ଏକ ପ୍ରମୁଖ ରାଜ୍ୟ ହେବ। ମୁଖ୍ୟମନ୍ତ୍ରୀ ଆସନ୍ତା ୯ ତାରିଖରେ ଫେରିବା କାର୍ଯ୍ୟକ୍ରମ ରହିଛି। ରାଜ୍ୟକୁ ବିଭିନ୍ନ କ୍ଷେତ୍ରରୁ ନିବେଶ ଆକର୍ଷିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନଏଡାସ୍ଥିତ ଏଚ୍‌ସିଏଲ୍‌ ଟେକ୍‌ କ୍ୟାମ୍ପସ ପରିଦର୍ଶନ କରିବେ। ରାଜ୍ୟର ଶିଳ୍ପାୟନ ଢାଞ୍ଚାରେ ପ୍ରଯୁକ୍ତି ଓ ନବସୃଜନକୁ ଯୋଡ଼ିବା ପାଇଁ କରାଯାଉଥିବା ପ୍ରୟାସର ଏହା ଏକ ପ୍ରତୀକ। ମୁଖ୍ୟମନ୍ତ୍ରୀ ଶିଳ୍ପ ଜଗତର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହିତ ୱାନ୍‌-ଟୁ-ୱାନ୍‌ ଆଲୋଚନା କରିବେ। ଓଡ଼ିଶାର ଶିଳ୍ପାୟନ କିଭଳି ଆହୁରି ଆଗକୁ ବଢ଼ିପାରିବ ସେ ନେଇ ଆବଶ୍ୟକ ସହଭାଗିତା ଉପରେ ଆଲୋଚନା କରାଯିବ। ମୁଖ୍ୟମନ୍ତ୍ରୀ ଏହି ଦିଲ୍ଲୀ ଗସ୍ତ ଓଡ଼ିଶା ପାଇଁ ଭବିଷ୍ୟତରେ ସୃଷ୍ଟି ହେବାକୁ ଥିବା ସମ୍ଭାବନାଗୁଡ଼ିକୁ ପୂରଣ କରିବା କ୍ଷେତ୍ରରେ ବିଶେଷ ସହାୟକ ହେବ। ‘ପୂର୍ବୋଦୟ’ ଅଭିଯାନ ଅଧୀନରେ ଓଡ଼ିଶାରେ ଏକ ଉତ୍ତମ ଶିଳ୍ପ ପରିବେଶ ସୃଷ୍ଟି ପାଇଁ ଏହି କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟ ଉଦ୍ଦିଷ୍ଟ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe