କୋଲକାତା: କୋଲ୍ ଇଣ୍ଡିଆ ଏହାର ୩୦୦ ପାଖାପାଖି ଖଣିରେ ୫୦୦୦ରୁ ଅଧିକ ସିସିଟିଭି କ୍ୟାମେରା ଲଗାଇବ। ଏହି ପ୍ରକଳ୍ପରେ କଂପାନି ୫୦ କୋଟି ଟଙ୍କା ଖର୍ଚ କରିବ। ସିସିଟିଭି ଜରିଆରେ ଖଣିଗୁଡ଼ିକର ଲାଇଭ୍ ଭିଡିଓକୁ କଂପାନିର କୋଲକାତାରେ ଥିବା ମୁଖ୍ୟ କାର୍ଯ୍ୟାଳୟ ଏବଂ ଅନ୍ୟା ଆଞ୍ଚଳିକ କାର୍ଯ୍ୟାଳୟରେ ବସି ଦେଖିହେବ। ଏହା ଦ୍ବାରା ଖଣି ଭିତରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ତାହାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବା ସହଜ ହେବ। ସିସିଟିଭି ପ୍ରକଳ୍ପକୁ କଂପାନିର ସିଏମ୍ଡି ଏ କେ ଝା ଏବଂ ମୁଖ୍ୟ ସତର୍କତା ଅଧିକାରୀ କେ ଭି ଚୌଧୁରୀ ଉଦ୍ଘାଟନ କରିଛନ୍ତି। କଂପାନି ପକ୍ଷରୁ ବିଭିନ୍ନ ଖଣିର ପ୍ରମୁଖ ସ୍ଥାନଗୁଡ଼ିକରେ ୫୧୦୦ ସିସିଟିଭି କ୍ୟାମେରା ଲଗାଯିବ। ଏହି କ୍ୟାମେରାଗୁଡ଼ିକରେ ଜରିଆରେ ଖଣିରୁ ହେଉଥିବା ଚୋରି ଉପରେ ମଧ୍ୟ କଂପାନି ନଜର ରଖିପାରିବ।
ଖଣିରେ ୫୦୦୦ ସିସିଟିଭି ଲଗାଇବ କୋଲ୍ ଇଣ୍ଡିଆ
Advertisment
Follow Us