Advertisment

୧୪ କୋଇଲା ଖଣିକୁ ମିଳିଲାନି ଗୋଟିଏ ବି ବିଡ୍‌

Advertisment
ଖଣିଜ ମାନ ହେରଫେରକୁ ରୋକିବ ଆଇଓଟି ଡିଭାଇସ୍

Wikipedia

ନୂଆଦିଲ୍ଲୀ: ‌କେନ୍ଦ୍ର ସରକାର ଘରୋଇ କ୍ଷେତ୍ରର ସଂସ୍ଥାଗୁଡ଼ିକ ପାଇଁ ୩୮ଟି କୋଇଲା ଖଣି ନିଲାମ କରିବାକୁ ବିଡ୍ ଆହ୍ବାନ କରିଥିଲେ। ସେଥି ମଧ୍ୟରୁ ୨୩ଟି ଖଣି ପାଇଁ ୪୬ଟି କଂପାନି ୮୨ଟି ବିଡ୍‌ ଦାଖଲ କରିଛନ୍ତି। ସେଥିରେ ଓଡ଼ିଶାର ୯ଟି କୋଇଲା ଖଣି ରହିଛି। ଆଜି ବିଡ୍‌ଗୁଡ଼ିକୁ ଖୋଲାଯାଇଥିଲା। ତେବେ ୧୪ଟି ଖଣି ପାଇଁ ଗୋଟିଏ ବି ବିଡ୍ ଆସିନଥିବା ଜଣାପଡ଼ିଛି। ତିନିଟି ଖଣି ପାଇଁ ମାତ୍ର ଗୋଟିଏ ଲେଖାଏଁ ବିଡ୍ ଆସିଛି। ଆଦାନି ଏଣ୍ଟରପ୍ରାଇଜେସ୍‌ ଓ ଆଦାନି ପାୱାର ୮ଟି ଖଣି ପାଇଁ ବିଡ୍‌ ଦାଖଲ କରିଥିବା ବେଳେ ହିଣ୍ଡାଲ୍‌କୋ ୫ଟି, ଜେଏସ୍‌ପିଏଲ୍‌ ୪ଟି, ବେଦାନ୍ତ ୩ଟି ଓ ଜେଏସ୍‌ଡବ୍ଲୁ ଗୋଟିଏ ବିଡ୍ ଦାଖଲ କରିଛି। ଛତିଶଗଡ଼ର ଗାରେ ପାଲ୍‌ମା ଖଣି ପାଇଁ ସର୍ବାଧିକ ବିଡ୍‌ ଦାଖଲ ହୋଇଥିବା ବେଳେ ମଧ୍ୟପ୍ରଦେଶର ଗୋତିତୋରିଆ( ପୂର୍ବ ଓ ପଶ୍ଚିମ) ପାଇଁ ମଧ୍ୟ ଅଧିକ ବିଡ୍ ଆସିଛି। ଚଳିତ ବର୍ଷ ଜୁନ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪୧ଟି କୋଇଲା ବ୍ଲକ୍‌ ଘରୋଇ କ୍ଷେତ୍ରର ସଂସ୍ଥାକୁ ଦେବା ପାଇଁ ନିଲାମ ପ୍ରକ୍ରିୟା ବିଷୟରେ ଘୋଷଣା କରିଥିଲେ। କେନ୍ଦ୍ରର ଏହି ନିଷ୍ପତ୍ତିକୁ ଝାଡ଼ଖଣ୍ଡ ସରକାର କୋର୍ଟରେ ଚ୍ୟାଲେଞ୍ଜ୍‌ କରିବାରୁ ସେହି ରାଜ୍ୟର ଚିହ୍ନଟ ହୋଇଥିବା ଖଣିଗୁଡ଼ିକୁ ନିଲାମ ପ୍ରକ୍ରିୟାରୁ ବାଦ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe