ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ସରକାର ଜାରି ରଖିଥିବା ଲଢ଼େଇକୁ ଆହୁରି ଦୃଢ଼ କରିବା ଲାଗି କୋକାକୋଲା ଇଣ୍ଡିଆ ପକ୍ଷରୁ ୫୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି। ଟିକାକରଣ ପାଇଁ ବିଭିନ୍ନ ବ୍ୟବସ୍ଥା କରିବା, ସୁରକ୍ଷା କିଟ୍ ଯୋଗାଇବା, ସଚେତନତା ସୃଷ୍ଟି କରିବା ଏବଂ ପାନୀୟ ବଣ୍ଟନ କରିବା ଭଳି କାର୍ଯ୍ୟରେ ଏହି ଅର୍ଥରାଶି ଖର୍ଚ୍ଚ ହେବ। ଏହି ସହାୟତା ୧୦ ଲକ୍ଷ ଲୋକଙ୍କ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି କଂପାନି ପକ୍ଷରୁ କୁହାଯାଇଛି। ଆର୍ଥିକ ସହାୟତା ବ୍ୟତୀତ କୋକାକୋଲାର ବଟଲିଂ ପାର୍ଟନରମାନେ ରିଲିଫ୍ ଉପକରଣ ଓ ଆମ୍ବୁଲାନ୍ସ ସହାୟତା ଦେଉଛନ୍ତି।
କୋକାକୋଲା ଦେଲା ୫୦ କୋଟି
Advertisment
Follow Us